ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ର ସରକାର ଏକ ଜାତୀୟ ବ୍ୟବସାୟ ପଞ୍ଜିକା ବା ନ୍ୟାସନାଲ ବିଜନେସ ରେଜିଷ୍ଟର ତିଆରି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ସହିତ ଜଡ଼ିତ ଜଣେ ଅଧିକାରୀ କହିଛନ୍ତି ଯେ ସପ୍ତମ ଅର୍ଥନୈତିକ ଜନଗଣନା ଭିତ୍ତିରେ ଏହି ପଞ୍ଜିକା ତିଆରି ହେବ। ଦେଶରେ ଯେତେ ବ୍ୟବସାୟ ପ୍ରତିଷ୍ଠାନ ରହିଛନ୍ତି ସେଗୁଡ଼ିକ ସମ୍ପର୍କରେ ଏହି ରେଜିଷ୍ଟ୍ରରରୁ ଜାଣିହେବ।

ଖବର ଅନୁସାରେ ଦେଶରେ ଯେତେ ସବୁ ବିଜନେସ ସଂସ୍ଥା ଜିଏସ୍‌ଟି ନମ୍ବର ପାଇଛନ୍ତି ସେମାନଙ୍କ ରେଜିଷ୍ଟର ପ୍ରସ୍ତୁତ କରାଯିବ। କେବଳ ଜିଏସ୍‌ଟି ନୁହେଁ, ଇଏସଆଇ, ଇପିଏଫଓ ଏବଂ କର୍ପୋରେଟ ମନ୍ତ୍ରାଳୟର ପାଖରେ ଯେତେ ଡାଟା ରହିଛି ତାକୁ ଏକାଠି କରି ଏହି ଏନବିଆର ତିଆରିହେବ।

ନାଗରିକତା ସଂଶୋଧନ ଆଇନ, ଜାତୀୟ ଜନସଂଖ୍ୟା  ପଞ୍ଜିକା ପରେ ଏହି ବିଜନେସ ରେଜିଷ୍ଟର ପ୍ରସ୍ତୁତ ମୋଦି ସରକାରଙ୍କ  ଆଉ ଏକ ଧମାକାଦାର ନିଷ୍ପତ୍ତି   ହେବ ବୋଲି କୁହାଯାଉଛି।

Comment