ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଉ ୭ ଦିନ ପରେ ଫାଶୀ ଖୁଣ୍ଟରେ ଝୁଲିବେ ନିର୍ଭୟା ଦୋଷୀ। ମୃତ୍ୟୁ ପୂର୍ବରୁ ଦୋଷୀଙ୍କୁ ଶେଷଥର ପାଇଁ ଭେଟିବାକୁ ସେମାନଙ୍କ ପରିବାରକୁ ତିହାର ଜେଲ କର୍ତ୍ତୃପକ୍ଷ ଚିଠି ପଠାଇଛନ୍ତି।

ପରିବାର ଲୋକ ଚାହିଁଲେ ଫାଶୀ ପୂର୍ବରୁ ଦୋଷୀମାନଙ୍କୁ ଦେଖା କରିପାରିବେ ବୋଲି ଚିଠି ଲେଖାଯାଇଛି। ଗୁରୁବାର ଦୋଷୀମାନଙ୍କୁ ତାଙ୍କ ଶେଷ ଇଚ୍ଛା ପଚରାଯାଇଥିଲା। ଏଯାଏଁ ଦୋଷୀମାନେ ତାଙ୍କ ଶେଷଇଚ୍ଛା କ’ଣ କହିନାହାନ୍ତି।

ଫେବ୍ରୁଆରି ପହିଲାରେ ଦୋଷୀଙ୍କୁ ଫାଶୀ ଦିଆଯିବ। ତା’ ପୂର୍ବରୁ ଜେଲ କର୍ତ୍ତୃପକ୍ଷ ସମସ୍ତ ଆଇନଗତ ପ୍ରକ୍ରିୟା ପୂରଣ କରୁଛନ୍ତି।

୪ ଦୋଷୀ ବିନୟ ଶର୍ମା, ଅକ୍ଷୟ କୁମାର ସିଂହ, ମୁକେଶ କୁମାର ସିଂହ ଏବଂ ପବନ ଗୁପ୍ତାଙ୍କୁ ଜେଲ୍‌ରେ ଭିନ୍ନ ଭିନ୍ନ ସେଲରେ ରଖାଯାଇଛି। ଫାଶୀ ଚିନ୍ତାରେ ସେମାନେ ଖାଇବା ପିଇବା କମ୍‌ କରିଦେଇଥିବା ଜଣାପଡ଼ିଛି।

Comment