ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟସ୍ତରୀୟ ପରେଡରେ ଶୋଭାପାଇଲା ପୁରୀ ଶ୍ରୀମନ୍ଦିର ପ୍ରଜ୍ଞାପନ ମେଢ଼। ରାଜ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ ଏହି ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ କରାଯାଇଥିଲା। ଏଥିରେ ରାଜ୍ୟସରକାରଙ୍କ ପରିକଳ୍ପିତ ବିଶ୍ଵସ୍ତରୀୟ ପୁରୀ ଶ୍ରୀମନ୍ଦିରକୁ ସ୍ଥାନ ଦିଆଯାଇଥିଲା।

ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ୭୧ତମ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ପାଳନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ପତାକା ଉତ୍ତୋଳନ କରିଥିଲେ। ପରେ ପରେଡ ଆରମ୍ଭ ହୋଇଥିଲା।

ଏହି ପରେଡ ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ଆୟୋଜନ କରାଯାଇଥିଲା। ଏହି ପରେଡରେ ୧୨ଟି ପ୍ରଜ୍ଞାପନ ମେଢ଼ ଓ ୪୮ଟି ଗ୍ରୁପ୍ ଭାଗ ନେଇଥିଲେ। ଏହାସହ ଏହି ଉତ୍ସବରେ ପ୍ରଥମ ଥର ପାଇଁ ସମ୍ମାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇଥିଲେ।

Comment