ଓଡ଼ିଶାଲାଇଭ୍‌ ବ୍ୟୁରୋ

(ଖୋର୍ଦ୍ଧାରୁ ଦିଲ୍ଲୀପ କୁମାର ନାଇଡୁ): ବାର୍ଡ ଫ୍ଲୁକୁ ନେଇ ସତର୍କ ହୋଇଛି ଚିଲିକା ବନ୍ୟ ପ୍ରାଣୀ ବିଭାଗ। ଏନେଇ ଚିଲିକା ହ୍ରଦର ନଳବଣରେ ଥିବା ବିଦେଶୀ ପକ୍ଷୀଙ୍କ ମଳ, ପର, ଚିଲିକା ଜଳ ଇତ୍ୟାଦିର ନମୁନା ସଂଗ୍ରହ କରାଯାଉଛି। ଭୁବନେଶ୍ଵର ଓୟୁଏଟିରେ ବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ ଏହି ପଦକ୍ଷେପ ନେଇଛି ଚିଲିକା ବନ୍ୟ ପ୍ରାଣୀ ବିଭାଗ।

ବାଲୁଗାଁ ପଶୁ ଚିକିତ୍ସକ ଡକ୍ଟର ଦେବେନ୍ଦ୍ର ଷୋଲିଙ୍କ ନେତୃତ୍ଵରେ ତିନି ଜଣିଆ ଡାକ୍ତରୀଦଳଙ୍କ ସହ ବନ୍ୟପ୍ରାଣୀ ବିଭାଗର କର୍ମଚାରୀମାନେ ନମୁନା ସଂଗ୍ରହ କରିଛନ୍ତି। ଏହାସହ ୩ଟି ବିଦେଶୀ ଅସୁସ୍ଥ ପକ୍ଷୀଙ୍କ ନମୁନା ମଧ୍ୟ ସଂଗ୍ରହ କରାଯାଇଛି।

ସମସ୍ତ ସାମ୍ପଲ କଲେକ୍ସନ କରାଯାଇ ଫୁଲନଖରାସ୍ଥିତ ଆନିମଲ ଡିଜିଜ୍‌ ରିସର୍ଚ୍ଚ ସେଣ୍ଟର ଟେଷ୍ଟିଂ ଲ୍ୟାବକୁ ଜୀବାଣୁ ଚିହ୍ନଟ କରିବା ପାଇଁ ପଠାଯାଇଥିବା ଜଣାପଡ଼ିଛି। କିନ୍ତୁ ଏପର୍ଯ୍ୟନ୍ତ କୌଣସି ପକ୍ଷୀଙ୍କର କିଛି ଲକ୍ଷଣ ପ୍ରକାଶ ପାଇ ନଥିବା ବାଲୁଗାଁ ବନ୍ୟପ୍ରାଣୀ ଅଧିକାରୀ ସୂଚନା ଦେଇଛନ୍ତି।

ସୋମବାର ଭୁବନେଶ୍ଵରସ୍ଥିତ ଓୟୁଏଟିରେ ବାର୍ଡ ଫ୍ଲୁ ନମୁନା ଚିହ୍ନଟ ହୋଇଥିଲା। ଏନେଇ ଆଜି ଭୁବନେଶ୍ଵରରେ କୁକୁଡ଼ା ମରା ଅଭିଯାନ ଆରମ୍ଭ ହୋଇଯାଇଛି।

Comment