ଓଡ଼ିଶାଲାଇଭ୍ ବ୍ୟୁରୋ

ଗୋଟିଏ ଦେଶର ସମ୍ବିଧାନକୁ ସେହି ଦେଶର ଆତ୍ମା ବୋଲି କୁହାଯାଏ। କାରଣ ଏଥିରେ ବର୍ଣ୍ଣିତ ଆଇନ୍ କାନୁନକୁ ମାନି ଦେଶର ଶାସନ କାର୍ଯ୍ୟ ଚାଲିଥାଏ। ଭାରତରେ ମଧ୍ୟ ଗୋଟିଏ ଲିଖିତ ସମ୍ବିଧାନ ରହିଛି, ଯାହାକୁ ପାଳନ କରି ଦେଶର ଶାସନ କାର୍ଯ୍ୟ ଚାଲୁରହିଛି।

ହେଲେ ଆପଣ ଜାଣିଛନ୍ତି କି ? ବିଶ୍ୱରେ ଏମିତି କିଛି ଦେଶ ଅଛି ଯେଉଁ ଦେଶର ସମ୍ବିଧାନ ହିଁ ନାହିଁ। ସେଠାରେ କେବଳ ପାରମ୍ପରିକ ରୀତିନୀତି ଓ ପ୍ରଥାକୁ ଆଧାର କରି ଶାସନ ଚାଲିଥାଏ।

ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛି ଭାରତକୁ ବହୁ ବର୍ଷ ଧରି ଶାସନ କରିଥିବା ଇଂଲଣ୍ଡ। ଇଂରେଜମାନେ ତାଙ୍କର ଶାସନ କାର୍ଯ୍ୟ କରିବା ପାଇଁ କୌଣସି ପ୍ରକାର ଲିଖିତ ସମ୍ବିଧାନ ରଖିନାହାନ୍ତି। ସେଠାରେ ପ୍ରଥା, ପରମ୍ପରା ଓ ରାଣୀଙ୍କ ନିର୍ଦ୍ଦେଶ ଅନୁସାରେ ଶାସନ ହୋଇଥାଏ।

ସେହିପରି ନ୍ୟୁଜିଲାଣ୍ଡରେ ମଧ୍ୟ କୌଣସି ସମ୍ବିଧାନ ନାହିଁ। ଏଠାରେ ଅଲିଖିତ ଭାବେ ସମ୍ବିଧାନ ରହିଛି ଯାହାକୁ ଆଧାର କରି ଦେଶର ଶାସନ ପରିଚାଳନା କରାଯାଇଥାଏ। ସାଉଦି ଆରବରେ ମଧ୍ୟ କୌଣସି ସମ୍ବିଧାନ ନାହିଁ। ଏହି ଦେଶରେ ସବୁବେଳେ ନିଜର ଭିନ୍ନ ଭିନ୍ନ ନିୟମ ପାଇଁ ବେଶ୍ ଚର୍ଚ୍ଚାରେ ରହିଥାଏ କିନ୍ତୁ ଏହି ଦେଶରେ ମଧ୍ୟ କୌଣସି ପ୍ରକାର ସମ୍ବିଧାନ ନାହିଁ।

Comment