ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚୀନରୁ ସାରା ବିଶ୍ୱକୁ ବ୍ୟାପିବାରେ ଲାଗିଛି କୋରୋନା ଭାଇରସ୍‌। ଏହି ଭୂତାଣୁ ପାଇଁ ଏପର୍ଯ୍ୟନ୍ତ ବିଶ୍ୱରେ ପ୍ରତିଷେଧକ ବାହାରିପାରି ନାହିଁ। ଏଥିପାଇଁ ସଚେତନ ରହିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

କେମିତି ରହିବେ ସୁରକ୍ଷିତ?

  • ବାରମ୍ବାର ସାବୁନ୍‌ ଓ ହାଣ୍ଡଓ୍ୱାସ୍‌ରୁ ହାତ ଧୁଅନ୍ତୁ।
  • କାଶ ଓ ଛିଙ୍କ ସମୟରେ ନାକ ଏବଂ ମୁହଁକୁ ରୁମାଲରେ ଘୋଡ଼ାଇ ରଖନ୍ତୁ।
  • ଥଣ୍ଡା ବା କାଶ ହେଉଥିବା ଲୋକଙ୍କଠାରୁ ନିଜକୁ ଦୂରେଇ ରଖନ୍ତୁ।
  • ମାଂସ ଓ ଅଣ୍ଡା ଭଲ ଭାବରେ ସିଝାଇ ଖାଆନ୍ତୁ।
  • ନିଜ ହାତରେ ବାରମ୍ବାର ଆଖି, ନାକ ଓ ମୁହଁକୁ ଛୁଅନ୍ତୁ ନାହିଁ।
  • ଯେଉଁଠାରେ ଏହି ରୋଗର ପ୍ରଭାବ ଅଧିକ ରହିଛି, ସେଠାକୁ ଯାତ୍ରା କରନ୍ତୁ ନାହିଁ।
  • ଜୀବଜନ୍ତୁଙ୍କ ସମ୍ପର୍କରେ ଆସନ୍ତୁ ନାହିଁ।

Comment