ଓଡ଼ିଶାଲାଇଭ୍ ବ୍ୟୁରୋ

ମଙ୍କିପକ୍ସକୁ ନେଇ ସରକାର ସମ୍ପୂର୍ଣ୍ଣ ସତର୍କ ରହିଛନ୍ତି। ପୂର୍ବରୁ କେନ୍ଦ୍ର ସରକାର ମଙ୍କିପକ୍ସକୁ ନେଇ ଗାଇଡଲାଇନ୍ସ ଜାରି କରିଥିବାବେଳେ ଏବେ ସ୍ଵାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଗାଇଡଲାଇନ୍ସ ଜାରି କରି ଲୋକଙ୍କୁ ସତର୍କ ରହିବା ଲାଗି ପରାମର୍ଶ ଦିଆଯାଇଛି।

କୋଭିଡ ମହାମାରୀକୁ ନେଇ ଚିନ୍ତା ନକମୁଣୁ ମଙ୍କିପକ୍ସ ଏବେ ମୁଣ୍ଡବ୍ୟଥା ବଢ଼ାଇଛି। ବର୍ତ୍ତମାନ ଦେଶରେ ୮ ଜଣ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ହୋଇସାରିଛି। ମଙ୍କିପକ୍ସ ଉପରେ ନିୟନ୍ତ୍ରଣ ରଖିବା ଏବଂ ଲୋକଙ୍କୁ ସଚେତନ କରିବା ପାଇଁ ବୁଧବାର ଦିନ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଗାଇଡଲାଇନ୍ସ ଜାରି କରାଯାଇଛି। ଏହି ସମୟରେ କ’ଣ କରିବା ଉଚିତ୍ କ’ଣ କରିବା ଉଚିତ ନୁହେଁ ତାହା ଗାଇଡଲାଇନ୍ସରେ ଉଲ୍ଲେଖ କରାଯାଇଛି।

କ’ଣ କରିବା ଉଚିତ୍

  • ମଙ୍କିପକ୍ସ ଆକ୍ରାନ୍ତଙ୍କୁ ଆଇସୋଲୋସନରେ ରହିବା ଆବଶ୍ୟକ
  • ମଙ୍କିପକ୍ସ ଆକ୍ରାନ୍ତଙ୍କଠାରୁ ଦୂରେଇ ରହିବା ଜରୁରି
  • କୌଣସି ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଦରକାର
  • ସାବୁନ ଏବଂ ସାନିଟାଇଜରରେ ବାରମ୍ବାର ହାତ ଧୋଇବା ଉଚିତ

କ’ଣ କରିବା ଉଚିତ୍ ନୁହେଁ

  • ମଙ୍କିପକ୍ସ ରୋଗୀ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ସହିତ ନିଜର ବସ୍ତ୍ର, ତାଓ୍ଵେଲ ଏବଂ ବେଡସିଟସ୍ ସେୟାର କରନ୍ତୁ ନାହିଁ
  • ନିଜର ବସ୍ତ୍ରକୁ ସଂକ୍ରମିତ ବ୍ୟକ୍ତିଙ୍କ ବସ୍ତ୍ର ସହିତ ମିଶାଇ ଧୁଅନ୍ତୁ ନାହିଁ
  • ମଙ୍କିପକ୍ସ ଲକ୍ଷଣ ଦେଖାଦେଲେ ସର୍ବସାଧାରଣ ସ୍ଥାନକୁ ଯାଆନ୍ତୁ ନାହିଁ
  • ଲୋକଙ୍କୁ ମଙ୍କିପକ୍ସକୁ ନେଇ ଭୁଲ ତଥ୍ୟ ଦେଇ ଡରାନ୍ତୁ ନାହିଁ

ପୂର୍ବରୁ କେନ୍ଦ୍ର ସରକାର ଜାରି କରିସାରିଛନ୍ତି ଗାଇଡଲାଇନ୍ସ

ମଙ୍କିପକ୍ସକୁ ନେଇ କେନ୍ଦ୍ର ସରକାର ପୂର୍ବରୁ ଗାଇଡଲାଇନ୍ସ ଜାରି କରିସାରିଛନ୍ତି। ଏହି ଗାଇଡ ଲାଇନ ଅନୁସାରେ ମଙ୍କିପକ୍ସ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ୨୧ ଦିନ ପର୍ଯ୍ୟନ୍ତ ଆଇସୋଲେସନ ହୋଇ ରହିବାକୁ ପରାମର୍ଶ ଦିଆଯାଇଛି। ମଙ୍କିପକ୍ସ ଆକ୍ରନ୍ତଙ୍କ ଶରୀର ପ୍ରଭାବିତ ହେଲେ ଶରୀରକୁ ସମ୍ପୂର୍ଣ୍ଣ ଭାବେ ଘୋଡ଼ାଇବା ଆବଶ୍ୟକ। ଏହି କ୍ଷେତ୍ରରେ ମଧ୍ୟ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି।

Tags: #Health #Monkeypox #Guidelines #HealthMinistry #Awareness

Comment