ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜକ୍ଷମା ଖାରଜକୁ ଚାଲେଞ୍ଜ୍‌ କରି ମୁକେଶ ସୁପ୍ରିମକୋର୍ଟରେ କରିଥିବା ଆବେଦନ ବୁଧବାର ଖାରଜ ହୋଇଛି। ଏଥିସହ ଆବେଦନକାରୀ ଉପରେ କୋର୍ଟ ପ୍ରବଳ ବର୍ଷିଛନ୍ତି।

ଏଭଳି ଆବେଦନର କୌଣସି ଯଥାର୍ଥ ନାହିଁ। ରାଷ୍ଟ୍ରପତିଙ୍କୁ ସବୁ ଦସ୍ତାବିଜ୍‌ ପହଞ୍ଚା ଯାଇଛି। ରାଷ୍ଟ୍ରପତି ରାଜକ୍ଷମା ଖାରଜ କରିବା ପରେ ଏଥିରେ ସନ୍ଦେହ କରାଯିବା କଥା ନୁହେଁ ବୋଲି କୋର୍ଟ କହିଛନ୍ତି।

ଅନ୍ୟପକ୍ଷରେ ଜେଲରେ ତାଙ୍କ ପ୍ରତି ହେଉଥିବା ଅତ୍ୟାଚାର ଘଟଣାକୁ ବିଚାରକୁ ନିଆଯିବ।

ମୁକେଶର ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ଖାରଜ କରିବା ପରେ ସେ ଏହାକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲା। ରାଷ୍ଟ୍ରପତିଙ୍କ ପାଖକୁ ଯାଇଥିବା ଦସ୍ତାବିଜରେ ସମସ୍ତ ତଥ୍ୟ ଓ ପ୍ରମାଣ ନଥିବା ମୁକେଶ ଆବେଦନରେ ଦର୍ଶାଇଥିଲା।

Comment