ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫାଶୀ ଟାଳିବାକୁ ନିର୍ଭୟା ଦୋଷୀ ଗୋଟିଏ ପରେ ଗୋଟିଏ ଚାଲ କରିଚାଲିଛନ୍ତି। ଦୋଷୀ ମୁକେଶ ପାଇଁ ସବୁ ଆଇନଗତ ବିକଳ୍ପ ସରିବା ପରେ ବୁଧବାର ଦୋଷୀ ବିନୟ ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ପାଇଁ ଆବେଦନ କରିଛି।

ଏଥିସହିତ ଦୋଷୀ ଅକ୍ଷୟ ସୁପ୍ରିମକୋର୍ଟରେ କ୍ୟୁରେଟିଭ୍‌ ପିଟିସନ ଦାଖଲ କରିଛି। କୋର୍ଟ ଆଜି ଏହି ମାମଲାରେ ଶୁଣାଣି କରିବେ। କ୍ୟୁରେଟିଭ୍‌ ପିଟିସନ ପରେ ଅକ୍ଷୟ ପାଖରେ ଆଉ ଏକ ବିକଳ୍ପ ରହିଛି। ତାହା ହେଲା ରାଜକ୍ଷମା ଆବେଦନ।

ପୂର୍ବରୁ ଦୋଷୀ ମୁକେଶ ରାଜକ୍ଷମା ଖାରଜ ବିରୋଧରେ ସୁପ୍ରିମକୋର୍ଟରେ କରିଥିବା ଆବେଦନ ମଧ୍ୟ ଖାରଜ ହୋଇସାରିଛି।

Comment