ଓଡ଼ିଶାଲାଇଭ୍ ବ୍ୟୁରୋ
କମିସନରେଟ୍ ପୋଲିସ୍ ଅଧୀନରେ ୮ଟି ସ୍ପେଶାଲ୍ ପୋଲିସ୍ ଅଫିସର୍ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଇଚ୍ଛୁକ ପ୍ରାର୍ଥମାନେ ଫେବ୍ରୁଆରି ୨୫ ଯାଏଁ ଆବେଦନ କରିପାରିବେ।
ଯୋଗ୍ୟତା:
କେବଳ ଅବସରପ୍ରାପ୍ତ ଏ.ଏସ୍.ଆଇ, ଏସ୍.ଆଇ, ଇନିସ୍ପେକ୍ଟର ବା ପୋଲିସ୍, କେନ୍ଦ୍ରୀୟ ସାମରିକ ବାହିନୀ, ଅର୍ଦ୍ଧ ସାମରିକ ବାହିନୀ, ତଟ ସୁରକ୍ଷା ବାହିନୀର ବ୍ୟକ୍ତି ବିଶେଷମାନେ ଆବେଦନ କରିପାରିବେ।
ଆବେଦନ ପ୍ରକ୍ରିୟା:
ଆବେଦନକାରୀମାନଙ୍କ ଦରଖାସ୍ତଗୁଡ଼ିକ ପୋଲିସ୍ କମିଶନର, ଭୁବନେଶ୍ଵର-କଟକ, ବିଦ୍ୟୁତ ମାର୍ଗ, ଭୁବନେଶ୍ଵର-୭୫୧୦୦୧ଙ୍କ କାର୍ଯ୍ୟାଳୟରେ ଫେବ୍ରୁଆରି ୨୫ ତାରିଖ ଅପରାହ୍ଣ ୫ଟା ପୂର୍ବରୁ ପହଞ୍ଚିଯିବାକୁ ବିଜ୍ଞପ୍ତିରେ କୁହାଯାଇଛି।
ନିଯୁକ୍ତି ପରୀକ୍ଷା ସମୟ– ୨୦୨୦ ମାର୍ଚ୍ଚ ୬ ତାରିଖ ସକାଳ ୬.୩୦ଟାରେ ଭୁବନେଶ୍ଵରସ୍ଥିତ ରିଜର୍ଭ ପୋଲିସ୍ ଲାଇନ୍ ପରିସରଠାରେ
ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ତଥ୍ୟ ଜାଣିବା ପାଇଁ Bhubaneswarcuttackpolice.gov.in ଓ୍ଵେବ୍ସାଇଟ୍ ସହ ଯୋଗାଯୋଗ କରିବାକୁ ବିଜ୍ଞପ୍ତିରେ କୁହାଯାଇଛି।