ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିର୍ଭୟା ଦୋଷୀ ପବନର ରିଭ୍ୟୁ ପିଟିସନ ଖାରଜ। ଏହାକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ପବନର ପିଟିସନ୍‌ ଖାରଜ ହେବା ପରେ ସେ ପୁଣି ଆଜି ରିଭ୍ୟୁ ପିଟିସନ୍‌ ଦାଖଲ କରିଥିଲା। ଘଟଣା ସମୟରେ ନିଜକୁ ନାବାଳକ ଦର୍ଶାଇ ଏହି ଆବେଦନ କରିଥିଲା ପବନ।

ପୂର୍ବରୁ ପବନର ନାବାଳକ ଦାବି ପିଟିସନ ଖାରଜ କରିଥିଲେ ସୁପ୍ରିମକୋର୍ଟ। ପରେ ଏହାର ପୁନର୍ବିଚାର ପାଇଁ ପୁଣି ଆବେଦନ କରିଥିଲା ପବନ। ହେଲେ ଏହାକୁ ଏବେ ସୁପ୍ରିମ୍‌କୋର୍ଟ ଖାରଜ କରିଛନ୍ତି।

ରାତି ପାହିଲେ ନିର୍ଭୟାର ଦୋଷୀମାନଙ୍କୁ ଫାଶୀ ଦିଆଯିବ। ଫାଶୀରୁ ବଞ୍ଚିବା ପାଇଁ ସେମାନେ ଗୋଟିଏ ପରେ ଗୋଟିଏ ପିଟିସନ୍‌ ଦାଖଲ କରି ଚାଲିଛନ୍ତି। ଫଳରେ ଏଗୁଡ଼ିକର ଶୁଣାଣି ଯୋଗୁଁ ଫାଶୀ ଘୁଞ୍ଚିବା ନେଇ ଆଶଙ୍କା ସୃଷ୍ଟି ହୋଇଛି।

Comment