ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅକ୍ଷୟ କୁମାରଙ୍କୁ ଦର୍ଶକ ଅନେକ ଆକ୍ସନ ଫିଲ୍ମରେ ଦେଖିଛନ୍ତି। ଏବେ ତାଙ୍କୁ ଘନ ଜଙ୍ଗଲରେ ପଶୁଙ୍କ ସହ ଦେଖିବାକୁ ପାଇବେ ଲୋକେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସୁପରଷ୍ଟାର ରଜନୀକାନ୍ତଙ୍କ ପରେ ଏବେ ମ୍ୟାନ ଭର୍ସେସ ଓ୍ୱାଇଲ୍ଡରେ ବିୟର ଗ୍ରୀଲ୍‌ସଙ୍କ ସହ ସୁଟିଂ କରିବେ ଖିଲାଡି କୁମାର ଅକ୍ଷୟ।

ମିଡିଆ ରିପୋର୍ଟ ଅନୁସାରେ ଅକ୍ଷୟ ଏହାର ସୁଟିଂ ବି ଆରମ୍ଭ କରିଦେଇଥିବା ଜଣାପଡ଼ିଛି। ଡିସ୍‌କଭରି ଚ୍ୟାନେଲରେ ପ୍ରସାରିତ ଏହି କାର୍ଯ୍ୟକ୍ରମ ପାଇଁ ଅକ୍ଷୟ ଏବେ କର୍ଣ୍ଣାଟକ ବାନ୍ଦୀପୁରର ଟାଇଗର ରିଜର୍ଭରେ ସୁଟିଂ ଆରମ୍ଭ କରିଛନ୍ତି।

ଗତବର୍ଷ ମୋଦୀ ଏହି ସୋ’ରେ ନଜର ଆସିଥିଲେ। ମୋଦୀ ଏହି ସୋ’ରେ ଆସିବା ପରେ ଏହାର ଲୋକପ୍ରିୟତା ଆହୁରି ବଢ଼ିଯାଇଥିଲା।

Comment