ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିଛନ୍ତି। ବଜେଟ ପୂର୍ବରୁ ସାଧାରଣ ଜନତାଙ୍କ ନଜର ଥିଲା ଯେ ବଜେଟ ପରେ କ’ଣ ଶସ୍ତା ଏବଂ କ’ଣ ମହଙ୍ଗା ହେବ। ତେବେ ଆସନ୍ତୁ ଜାଣିବା ବଜେଟ ଘୋଷଣା ହେବା ପରେ କେଉଁ ଜିନଷ ମହଙ୍ଗା ହୋଇଛି ଏବଂ କେଉଁ ଜିନିଷ ଶସ୍ତା ହୋଇଛି।

ମହଙ୍ଗା

ସିଗାରେଟ, ତମାଖୁ, ଇମ୍ପୋଟେଡ ଜୋତା, ଫର୍ଣ୍ଣିଚର, ଚିକିତ୍ସା ଉପକରଣ, କାନ୍ଥ ଫ୍ୟାନ ମହଙ୍ଗା ହୋଇଛି। ସେହିପରି ଚୀନା ମାଟିରେ ତିଆରି ସରଞ୍ଜାମ, ଏସି, ଫ୍ରିଜ, ଗାଡ଼ି, ଗାଡ଼ି ଯନ୍ତ୍ରପାତି, ରୋଷେଇ ଘରେ ବ୍ୟବହୃତ ଜିନିଷ ଅର୍ଥାତ ବାସନ, ଇସ୍ପାର,ତମ୍ବା, ଆଲକହଲ ଦ୍ରବ୍ୟ ମହଙ୍ଗା ହୋଇଛି।

ଶସ୍ତା

ବିଦେଶରୁ ଆସୁଥିବା ନ୍ୟୁଜ ପ୍ରିଣ୍ଟ, କୋଟେଡ ପେପର୍‌ , ଅଶୋଧିତ ଚିନି, ସରବିହୀନ କ୍ଷୀର ଶସ୍ତା ହୋଇଛି। ସେହିପରି ପଶୁଜାତ ଉତ୍ପାଦ, ଗୁଡ଼, ସୋୟାବିନ, କେତେକ ଆଲକହଲ ଯୁକ୍ତ ପାନୀୟ ଶସ୍ତା ହୋଇଛି।

Comment