ଓଡ଼ିଶାଲାଇଭ୍ ବ୍ୟୁରୋ

ବୁଧବାର ଦିନ ସଂସଦରେ ବଜେଟ ୨୦୨୩-୨୪ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଡ଼ ଘୋଷଣା କରିଛନ୍ତି। ଏହି ବଜେଟରେ ଶିକ୍ଷା କ୍ଷେତ୍ରକୁ ବିଶେଷ ଭାବେ ଗୁରୁତ୍ଵ ଦିଆଯାଇଛି। ଆସନ୍ତା ୩ ବର୍ଷ ମଧ୍ୟରେ ଦେଶରେ ୭୪୦ଟି ଏକଲବ୍ୟ ମଡେଲ ରେସିଡେନ୍ସିଆଲ ସ୍କୁଲର ସ୍ଥାପନ କରାଯିବ ବୋଲି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

ଏହି ସ୍କୁଲଗୁଡ଼ିକରେ ପ୍ରାୟ ୩୮,୮୦୦ ଶିକ୍ଷକଙ୍କୁ ନିଯୁକ୍ତି କରାଯିବ। ଏହା ସହିତ ୧୪୦ ଜଣ ଅନ୍ୟ ସପୋର୍ଟିଂ ଷ୍ଟାଫଙ୍କୁ ମଧ୍ୟ ନିଯୁକ୍ତ କରିବାକୁ ଯୋଜନା ରହିଛି। ଏହି ବିଦ୍ୟାଳୟଗୁଡ଼ିକ ସ୍ଥାପନ କରାଯାଇ ୩.୫ ଲକ୍ଷ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ ପାଇଁ ଲକ୍ଷ୍ୟ ରହିଥିବା ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ।

Tags: #Budget2023 #UnionFinanceMinister #NirmalaSitaraman #EkalavyaModelSchool

Comment