ଓଡ଼ିଶାଲାଇଭ୍‌ ବ୍ୟୁରୋ

ପିଟିସନ ପରେ ପିଟିସନ, ଖାରଜ ପରେ ଖାରଜ। ଏହାରି ମଧ୍ୟରେ ପୁଣିଥରେ ଘୁଞ୍ଚି ଯାଇଛି ନିର୍ଭୟା ଦୋଷୀଙ୍କ ଫାଶୀ। ଏଥର ପରବର୍ତ୍ତୀ ତାରିଖ ମଧ୍ୟ ଘୋଷଣା କରିନାହାନ୍ତି କୋର୍ଟ। ଏଥିପାଇଁ ସମସ୍ତଙ୍କ ମନରେ ଏବେ ଗୋଟିଏ  ପ୍ରଶ୍ନ ଯେ କେତେବେଳ  ଯାଏଁ ଫାଶୀରୁ ବଞ୍ଚିବେ ଏହି ଦୋଷୀ? ଫାଶୀରୁ ବଞ୍ଚିବା ପାଇଁ ଦୋଷୀମାନଙ୍କ ପାଖରେ ଆଉ କ’ଣ ବିକଳ୍ପ ରହିଛି?

ଏବେ ସୁଦ୍ଧା ସୁପ୍ରିମକୋର୍ଟ ୪ ଦୋଷୀଙ୍କ ରିଭ୍ୟୁ ପିଟିସନ ଖାରଜ କରିଦେଇଛନ୍ତି। ଦୋଷୀ ବିନୟ, ଅକ୍ଷୟ, ମୁକେଶର କ୍ୟୁରେଟିଭ୍‌ ପିଟସନ ମଧ୍ୟ ଖାରଜ ହୋଇଛି। ୪ ଦୋଷୀଙ୍କ ମଧ୍ୟରୁ କେବଳ ପବନ ଏବେ ଯାଏଁ କ୍ୟୁରେଟିଭ୍‌ ପିଟସନ ଦାଖଲ କରିନାହିଁ।

ସେହିପରି ମୁକେଶ, ବିନୟ ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ମାଗି ସାରିଛନ୍ତି। ସେମାନଙ୍କ ରାଜକ୍ଷମା ଆବେଦନ ମଧ୍ୟ ଖାରଜ ହୋଇସାରିଛି। ଏବେ କେବଳ ଦୋଷୀ ଅକ୍ଷୟ ଓ ପବନଙ୍କ ନିକଟରେ ରାଜକ୍ଷମା ମାଗିବାର ବିକଳ୍ପ ରହିଛି।

ଯେଉଁ ପର୍ଯ୍ୟନ୍ତ ୪ ଦୋଷୀଙ୍କ କ୍ୟୁରେଟିଭ୍‌ ପିଟିସନ, ରାଜକ୍ଷମା ଆବେଦନ ଖାରଜ ନହୋଇ ସାରିଛି ସେତେବେଳ ଯାଏଁ ଦୋଷୀଙ୍କ ଫାଶୀରେ ଝୁଲାଇ ଯାଇପାରବନି। ଏହାର ଅର୍ଥ ଦୋଷୀଙ୍କ ନିକଟରେ ଏବେ ବି ଆଇନଗତ ବିକଳ୍ପ ରହିଛି।

Comment