ଓଡ଼ିଶାଲାଇଭ୍‌ ବ୍ୟୁରୋ  

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ମାଲକାନଗିରି ଜିଲ୍ଲା ପରେ ଏବେ ରାୟଗଡ଼ା ଜିଲ୍ଲାରେ ମାଓ ବିରୋଧୀ ପୋଷ୍ଟର ଦେଖିବାକୁ ମିଳିଛି। କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ନିୟମଗିରି ପାହାଡ଼ ଅଞ୍ଚଳରେ ମାଓବାଦୀଙ୍କୁ ବିରୋଧ କରାଯାଇ ଏହି ପୋଷ୍ଟର ମରାଯାଇଛି।

ଡଙ୍ଗରିଆ କନ୍ଧ ବିକାଶ ମଞ୍ଚ ପକ୍ଷରୁ ଲଗାଯାଇଥିବା ଏହି ପୋଷ୍ଟରରେ ନକ୍ସଲମାନଙ୍କ କାର୍ଯ୍ୟକଳାପକୁ ବିରୋଧ କରାଯିବା ସହ ନିୟମଗିରି ଅଞ୍ଚଳରେ ବିକାଶ ଦିଗରେ କାହିଁକି ବିରୋଧ କରାଯାଉଛି ବୋଲି ଉଲ୍ଲେଖ ରହିଛି। ସେହିପରି ନିୟମଗିରି ଅଞ୍ଚଳରେ ରାସ୍ତାକାମକୁ ସୁରକ୍ଷା ଦେବା ପାଇଁ ଦାବି କରାଯାଇଛି।

ଏହାସହ ନିରୀହ ଯୁବକ ଯୁବତୀଙ୍କୁ ନକ୍ସଲର ଆଖ୍ୟା ଦେବା ବନ୍ଦ କରିବାକୁ ଦାବି କରାଯାଇଛି। କଲ୍ୟାଣସିଂହପୁର ବ୍ଲକ ସଦର ଉପକଣ୍ଠ ସହ ନିୟମଗିରିର ପାର୍ସାଲି ଅଞ୍ଚଳର ବିଭିନ୍ନ ସ୍ଥାନ ଓ ତହସିଲ କାର୍ଯ୍ୟାଳୟରେ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳୁଛି।

Comment