ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ଅଞ୍ଚଳରେ ବର୍ଷା ହୋଇପାରେ। ଦକ୍ଷିଣ ଓଡ଼ିଶା ସମେତ ୮ ଟି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ କହିଛି।

ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, କଳାହାଣ୍ଡି, ସୁନ୍ଦରଗଡ଼, ନୂଆପଡ଼ା ଓ ନୟଗଡ଼ରେ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ।

ଏହାବ୍ୟତୀତ କଳାହାଣ୍ଡି, କନ୍ଧମାଳ, ଅନୁଗୁଳରେ ଘନ କୁହୁଡ଼ି ହୋଇପାରେ। ସେଥିପାଇଁ ଏହି ୩ଟି ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି। ବର୍ଷା ପରେ ରାଜ୍ୟରେ ପୁଣିଥରେ ଶୀତ ଫେରିବ ବୋଲି ଅନୁମାନ ହେଉଛି।

Comment