ଓଡ଼ିଶାଲାଇଭ୍‌ ବ୍ୟୁରୋ

ସମ୍ ଅଲ୍‌ଟିମେଟ୍ ମେଡିକେୟାରରେ ବିଶ୍ୱ କର୍କଟ ଦିବସ ପାଳିତ।

କର୍କଟ ରୋଗ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରତିବର୍ଷ ଫେବ୍ରୁଆରି ୪ ତାରିଖକୁ ବିଶ୍ୱ କର୍କଟ ଦିବସ ରୂପେ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରସ୍ଥିତ ସମ୍ ଅଲ୍ଟିମେଟ୍ ମେଡିକେୟାର ପରିସରରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

ସୁସ୍ଥ ଜୀବନ ଶୈଳୀ ଓ ଖାଦ୍ୟପେୟ ନିୟନ୍ତ୍ରଣ କରିବା ଫଳରେ କର୍କଟ ରୋଗକୁ ପ୍ରତିରୋଧ କରିବା ସମ୍ଭବ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଥିଲେ। ସର୍ଜିକାଲ୍ ଅଙ୍କୋଲୋଜିଷ୍ଟ ଡାକ୍ତର ଜିଜ୍ଞାସୁ ମହାନ୍ତି ଓ ରେଡିଏସନ୍ ଅଙ୍କୋଲୋଜିଷ୍ଟ ଡାକ୍ତର ଚିରରଞ୍ଜନ ଖାଡ଼ଙ୍ଗା, ସମ୍ ଅଲ୍ଟିମେଟ୍ ମେଡିକେୟାରର ସିଇଓ ଡାକ୍ତର ଶ୍ୱେତପଦ୍ମା ଦାସ, ସିଏମ୍ଏସ୍ (ବ୍ରିଗେଡିଅର୍) ଡାକ୍ତର ବିରାଜ ମୋହନ ମିଶ୍ରଙ୍କ ସମେତ ସମସ୍ତ ଡାକ୍ତର ଓ କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ମେଡିକାଲ୍ ଅଙ୍କୋଲୋଜିଷ୍ଟ ଡାକ୍ତର ଘନଶ୍ୟାମ ବିଶ୍ୱାସ ଓ ମେଡିକାଲ ଅଙ୍କୋଲୋଜିଷ୍ଟ ଡାକ୍ତର ଖାରବେଳ ବେହେରା ଅତିଥି ଭାବେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Comment