ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ମୋଦୀ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କେନ୍ଦ୍ର କ୍ୟାବିନେଟ ରାମ ମନ୍ଦିର ଟ୍ରଷ୍ଟ ଗଠନକୁ ମଞ୍ଜୁରୀ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭାରେ ଏନେଇ ସୂଚନା ଦେଇଛନ୍ତି।

ଏହି ଟ୍ରଷ୍ଟର ନାମ ‘ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର’ ରହିବ ବୋଲି ମୋଦୀ କହିଛନ୍ତି। ଏଥିସହିତ ଅଯୋଧ୍ୟାରେ ୬୭.୦୩ ଏକର ଜମି  ଟ୍ରଷ୍ଟକୁ ହସ୍ତାନ୍ତର କରାଯିବ ବୋଲି ଲୋକସଭାରେ ମୋଦୀ କହିଛନ୍ତି।

‘‘ସୁନ୍ନୀ ଓ୍ୱାକଫ୍‌ ବୋର୍ଡକୁ ୫ ଏକର ଜମି ପ୍ରଦାନ କରାଯିବ। ଏହି ଟ୍ରଷ୍ଟ ମନ୍ଦିର ନିର୍ମାଣରେ ନିଷ୍ପତ୍ତି ନେବ’’, କହିଛନ୍ତି ମୋଦୀ। ସେହିପରି ଲୋକସଭାରେ ମୋଦୀ ନିଜ ଅଭିଭାଷଣ ଆରମ୍ଭରେ କହିଛନ୍ତି, ‘‘ଦେଶବାସୀଙ୍କ ଭଳି ରାମ ମନ୍ଦିର ମୋ ହୃଦୟ ସହିତ ଜଡ଼ିତ। ଏହି ପ୍ରସଙ୍ଗରେ ବକ୍ତବ୍ୟ ରଖିବା ମୋର ସୌଭାଗ୍ୟ।’’

Comment