ଓଡ଼ିଶାଲାଇଭ୍ ବ୍ୟୁରୋ
ହାତରେ ରାଇଫଲ ଧରି ଲକ୍ଷ୍ୟଭେଦ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବୁଧବାର କିଛି ଏମିତି ଅନ୍ଦାଜରେ ମୋଦୀଙ୍କୁ ଦେଖିବାକୁ ମିଳିଛି।
ଲକ୍ଷ୍ନୌରେ ଆୟୋଜିତ ୫ ଦିନିଆ ପ୍ରତିରକ୍ଷା ପ୍ରଦର୍ଶନୀ(defExpo 2020) ଉଦଘାଟନ ଅବସରରେ ମୋଦୀ ହାତରେ ରାଇଫଲ ଧରି ଲକ୍ଷ୍ୟଭେଦ କରୁଥିବା ଦେଖିବାକୁ ମିଳିଛି। ଏଥିସହ ଏହି ପ୍ରଦର୍ଶନୀରେ ମୋଦୀ ଆଧୁନିକ ଅସ୍ତ୍ରଶସ୍ତ୍ର ବୁଲି ଦେଖିଛନ୍ତି।
ଏହି କର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ଥିଲେ। ପାଞ୍ଚ ଦିନିଆ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିରକ୍ଷା ଉପକରଣର ପ୍ରଦର୍ଶନୀ ହେବ।


















