ଓଡ଼ିଶାଲାଇଭ୍‌ ବ୍ୟୁରୋ

କଳାହାଣ୍ଡି ଜିଲ୍ଲା ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏନ୍‌ଆର୍‌ସି ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଏହି ନିଯୁକ୍ତି ଜାତୀୟ ସ୍ୱାସ୍ଥ୍ୟ ମିସନ ଅଧୀନରେ ଦିଆଯିବ। ଏହା ୧୧ ମାସ ପାଇଁ ଚୁକ୍ତିଭିତ୍ତିକ ରହିବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି। ଆସନ୍ତା ଫେବ୍ରୁଆରି ୧୫ ତାରିଖରେ ଏନେଇ ୱାକ୍‌-ଇନ୍‌ ଇଣ୍ଟରଭ୍ୟୁ ଅନୁଷ୍ଠିତ ହେବ। ଇଚ୍ଛୁକ ପ୍ରାର୍ଥୀମାନେ ସିଧାସଳଖ ଆସି ଇଣ୍ଟରଭ୍ୟୁ ଦେଇପାରିବେ।

ପଦବୀ

ଏନ୍‌ଆର୍‌ସି କାଉନ୍‌ସେଲର – ୧ଟି

ବୟସ

ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୨୧ ବର୍ଷରୁ ୩୨ ବର୍ଷ ବୟସ ହୋଇଥିବା ଆବଶ୍ୟକ।

ଶିକ୍ଷାଗତ ଯୋଗ୍ୟତା

ମହିଳା ପ୍ରାର୍ଥୀଙ୍କ ପାଇଁ ଏହି ପଦବୀ ସଂରକ୍ଷିତ ରହିଛି। ଇଚ୍ଛୁକ ପ୍ରାର୍ଥୀମାନେ ଗୃହ ବିଜ୍ଞାନରେ ସ୍ନାତକ ପାସ୍‌ କରିଥିବା ଆବଶ୍ୟକ।

ଦରମା

୧୬,୭୭୫ ଟଙ୍କା + ଅନ୍ୟାନ୍ୟ ଭତ୍ତା

ଇଚ୍ଛୁକ ପ୍ରାର୍ଥୀ ଆବେଦନ ପତ୍ର ସହ ନିଜର ସମସ୍ତ ସାର୍ଟିଫିକେଟ୍‌, ପରିଚୟ ପ୍ରମାଣପତ୍ର, ରେସିଡେଣ୍ଟ ସାର୍ଟିଫିକେଟ୍‌ ଆଣି ଫେବ୍ରୁଆରି ୧୫ ତାରିଖରେ ଇଣ୍ଟରଭ୍ୟୁରେ ଯୋଗ ଦେଇପାରିବେ। ଆବେଦନ ପତ୍ର କଳାହାଣ୍ଡି ଜିଲ୍ଲା ୱେବ୍‌ସାଇଟ୍‌ www.kalahandi.nic.in ରେ ଦିଆଯାଇଛି।

ଇଣ୍ଟରଭ୍ୟୁ ତାରିଖ: ଫେବ୍ରୁଆରି ୧୫ (ରେଜିଷ୍ଟ୍ରେସନ – ସକାଳ ୯ଟାରୁ ୧୧ଟା)

ଇଣ୍ଟରଭ୍ୟୁ ସ୍ଥାନ: ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀଙ୍କ କାର୍ଯ୍ୟାଳୟ, ଭବାନୀପାଟଣା, କଳାହାଣ୍ଡି

Comment