ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୨୧ ଜନଗଣନା ପାଇଁ ପ୍ରସ୍ତୁତି ଆରମ୍ଭ। ଜାଣନ୍ତୁ, ଏଥର ଜନଗଣନା ବେଳେ ପଚରା ଯିବ କିଭଳି ପ୍ରଶ୍ନ?

ନାଗରିକତା ସଂଶୋଧନ ଆଇନ ଓ ଏନ୍‌ଆରସିକୁ ନେଇ ଦେଶରେ ଆନ୍ଦୋଳନ ଲାଗି ରହିଥିବା ବେଳେ ଏବେ କେନ୍ଦ୍ର ସରକାର ନ୍ୟାସନାଲ ପପୁଲେସନ ରେଜିଷ୍ଟର(ଏନ୍‌ଆରପି) ମୁହାଁ ହେଲେଣି। ଏହା ମଧ୍ୟରେ ୨୦୨୧ ଜନଗଣନାର ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇସାରିଛି। ଏନ୍‌ପିଆର୍‌ ଅପଡେଟ୍‌ ପାଇଁ ମଙ୍ଗଳବାର କ୍ୟାବିନେଟରେ ମଞ୍ଜୁରୀ ମିଳିସାରିଛି।

ଜନଗଣନା ବେଳେ ଏଥର କିଛି ନୂଆ ପ୍ରଶ୍ନ ପଚରା ଯାଇପାରେ। ଏହି ସମୟରେ କେଉଁଭଳି ପ୍ରଶ୍ନ ପଚରା ଯିବ ସେନ୍ସଅସ୍‌ ଇଣ୍ଡିଆର ଓ୍ଵେବସାଇଟ୍ http://www.censusindia.gov.in ରେ ଏହାର ଫର୍ମ ଅପଲୋର୍ଡ କରାଯାଇଛି। ନିଜ ଘରର ମଇଳା ପାଣି କେଉଁଠିକୁ ଛାଡୁଛନ୍ତି? ଏଭଳି କିଛି ନୂଆ ପ୍ରଶ୍ନ ପଚରା ଯାଇପାରେ।

ପ୍ରତି ଦଶ ବର୍ଷରେ ଥରେ ଦେଶରେ ଜନଗଣନା ହୋଇଥାଏ। ଗତ ଜନଗଣନା ୨୦୧୧ ମସିହାରେ ହୋଇଥିଲା। ବର୍ତ୍ତମାନ ୨୦୨୦ ଏପ୍ରିଲ ମାସରେ ୨୦୨୧ ଜନଗଣନାର କାମ ଆରମ୍ଭ ହୋଇଯିବ। ଏହାର ପୂରା ରିପୋର୍ଟ ୨୦୨୧ରେ ପ୍ରକାଶ ପାଇବ।

କେନ୍ଦ୍ର ସରକାର ଜନଗଣନା ପାଇଁ ୮,୭୦୦ କୋଟି ଟଙ୍କାର ବଜେଟ୍‌ ପାସ କରି ସାରିଛନ୍ତି। ଏହାକୁ ନେଇ ବର୍ତ୍ତମାନ ବିରୋଧୀ ଦଳ ପ୍ରଶ୍ନ କରିଛନ୍ତି। ଏନ୍‌ଆରପି ମଧ୍ୟ ଏନ୍‌ଆରସିର ଏକ ଅଂଶ ବୋଲି ବିରୋଧୀ ଦାବି କରିଛନ୍ତି।

କ୍ଲିକ୍‌ କରି ଦେଖନ୍ତୁ ୨୦୨୧ ଜନଗଣନାରେ କେମିତି ଆସିବ ପ୍ରଶ୍ନ?

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/CVnm7kqfRNR7lVKLRqEnsA

Comment