ଓଡ଼ିଶାଲାଇଭ୍‌ ବ୍ୟୁରୋ

ସକାଳ ଭୋଜନକୁ ସ୍ୱାସ୍ଥ୍ୟକର କରିବା ପାଇଁ ଓଟ୍ସ ଗୋଟେ ଭଲ ଅପ୍‌ସନ୍। ଓଟ୍ସରେ ପ୍ରସ୍ତୁତ ଥିବା ପୋଷକ ତତ୍ଵ କାରଣରୁ ଏହାକୁ ଖାଇବାକୁ ଲୋକେ ପସନ୍ଦ କରନ୍ତି। ଆସନ୍ତୁ ଜାଣିବା ଓଟ୍ସ ଖାଇବାର ଫାଇଦା।

ଓଟ୍ସ ଓଜନ କମ୍‌ କରିବାରେ ସାହାଯ୍ୟ କରିଥାଏ। ଫାଇବରରେ ଭରପୂର ଥାଏ ଓଟ୍ସ, ଯାହା ଲମ୍ବା ସମୟ ଧରି ଭୋକ ନ ଲାଗିବାରେ ସାହାଯ୍ୟ କରିଥାଏ।

ପ୍ରତିଦିନ ବ୍ରେକ୍‌ଫାଷ୍ଟରେ ଓଟ୍ସ ସାମିଲ କଲେ ହାର୍ଟ ସୁସ୍ଥ ରହିଥାଏ।

ଓଟ୍ସରେ ବିଟାଗ୍ଲୁକନ ଭରି ରହିଛି। ଏହା ବ୍ଲଡ୍‌ରେ ସୁଗାରର ସ୍ତରକୁ କମ୍‌ କରିଥାଏ, ଯାହା ମଧୁମେହ ରୋଗୀ ପାଇଁ ବେଶ୍‌ ଭଲ। ଓଟ୍ସ ଇନ୍‌ସୁଲିନ୍‌କୁ ସନ୍ତୁଳିତ କରିଥାଏ।

ଓଟ୍ସରେ ଆବଶ୍ୟକୀୟ ମିନେରାଲ୍ସ, ଭିଟାମିନ୍‌ ଓ ଆଣ୍ଟିଅକ୍ସିଡାଣ୍ଟ ଥାଏ।

ଓଟ୍ସରେ ଥାଏ ବିଟାଗ୍ଲୁକେନ୍ ଏବଂ ସେଲିସିକ୍, ଯାହା ଶରୀରରୁ ଚର୍ବି ହଟାଇବାରେ ସାହାଯ୍ୟ କରେ। ଓଟ୍‌ସ୍‌କୁ କ୍ଷୀର ସହ ମିଶାଇ ଖାଇଲେ ପେଟ ଭରେ ଏବଂ ଓଜନକୁ ସନ୍ତୁଳନ ରଖିଥାଏ।

Comment