ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅନୁଗୁଳ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାରେ ୬୫ ଜଣ ଗ୍ରାମ ରୋଜଗାର ସେବକଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। କେବଳ ଏସ୍‌ସି/ଏସ୍‌ଟି/ଭିନ୍ନକ୍ଷମ ପ୍ରାର୍ଥୀମାନେ ଆବେଦନ କରିପାରିବେ। ମହାତ୍ମା ଗାନ୍ଧୀ ନାସ୍‌ନାଲ୍‌ ରୁରାଲ୍‌ ଏମ୍ପ୍ଲୋଇମେଣ୍ଟ ଗ୍ୟାରେଣ୍ଟି ଆକ୍ଟ (MGNREGA) ଅଧୀନରେ ଏହି ନିଯୁକ୍ତି ଦିଆଯିବ।

ପଦବୀ:

  • ଏସ୍‌ସି- ୨୭ଟି ପଦବୀ (ମହିଳା- ୯)
  • ଏସ୍‌ଟି- ୩୮ଟି ପଦବୀ (ମହିଳା- ୧୩)

ଶିକ୍ଷାଗତ ଯୋଗ୍ୟତା:

  • ଅତିକମ୍‌ରେ ଦଶମ+ଦ୍ଵାଦଶ ପାସ୍‌ କରିଥିବା ଆବଶ୍ୟକ।
  • ଓ ଲେଭେଲ୍‌ କମ୍ପ୍ୟୁଟର ପ୍ରୋଫିସିଏନ୍‌ସି ହାସଲ କରିଥିବେ।
  • କମ୍ପ୍ୟୁଟରରେ ଓଡ଼ିଆ ଭାଷାର ପ୍ରୟୋଗ ଜାଣିଥିବା ଆବଶ୍ୟକ।

ବୟସ ସୀମା– ୨୦୨୦ ଫେବ୍ରୁଆରି ୧ ସୁଦ୍ଧା ୧୮ରୁ ୪୦ ବର୍ଷ ହୋଇଥିବା ଆବଶ୍ୟକ।

ପ୍ରାର୍ଥୀ ଜଣଙ୍କ ଅନୁଗୁଳ ବାସିନ୍ଦା ହେଇଥିବା ଦରକାର।

ଦରମା– ୭୦୦୦ ଟଙ୍କା

ଆବେଦନ ପ୍ରକ୍ରିୟା

ଆବେଦନକାରୀମାନେ ଆବେଦନପତ୍ର ପୂରଣ କରି ଆବଶ୍ୟକୀୟ ଡକ୍ୟୁମେଣ୍ଟସ୍‌ ସହ ନିମ୍ନଲିଖିତ ଠିକଣାରେ ପଠାଇଦେବେ।

ଠିକଣା– ପ୍ରୋଜେକ୍ଟ ଡିରେକ୍ଟର ଡିଆର୍‌ଡିଏ, ଅନୁଗୁଳ

ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ଜାଣିବା ପାଇଁ angul.nic.in ଓ୍ଵେବ୍‌ସାଇଟ୍‌ରେ ଲଗ୍‌ ଇନ୍‌ କରନ୍ତୁ।

Comment