ଓଡ଼ିଶାଲାଇଭ୍‌ ବ୍ୟୁରୋ

ବ୍ରହ୍ମପୁରରେ ବସ୍‌ରେ ବିଦ୍ୟୁତ ତାର ଲାଗି ୧୦ ଜଣଙ୍କ ମୃତ୍ୟୁ ଘଟଣାରେ ଗିରଫ ହେଲା ବସ୍‌ ଡ୍ରାଇଭର। ସିଲ୍‌କ ସିଟି ବସ୍‌ର ଡ୍ରାଇଭର ଗଗନ ନାୟକଙ୍କୁ ଗିରଫ କରିଛି ଗୋଳନ୍ଥରା ଥାନା ପୋଲିସ। ବର୍ତ୍ତମାନ ଯାଏଁ ହେଲପର ଫେରାର୍‌ ରହିଛି।

ଡ୍ରାଇଭରଙ୍କ ବେପରୁଆ ଡ୍ରାଇଭିଂ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଥିଲା। ବସ୍‌ରେ ବିଦ୍ୟୁତ ତାର ଲାଗିବା ପରେ ବସ୍‌ରୁ ଡେଇଁ ଚମ୍ପଟ ମାରିଥିଲେ ଉଭୟ ଡ୍ରାଇଭର ଓ ହେଲପର।

ଗତ ୯ ତାରିଖରେ ଡଙ୍କଲପାଡୁ ଗାଁରୁ ୪୦ ଜଣ ଯାତ୍ରୀ ନିର୍ବନ୍ଧ କାର୍ଯ୍ୟରେ ଯୋଗ ଦେବା ପାଇଁ ଚିକରଦା ଗାଁକୁ। ହେଲେ ମେଣ୍ଡାରାଜପୁର ନିକଟରେ ବସ୍‌ରେ ଲାଗିଯାଇଥିଲା ୧୧ କେଭି ତାର। ଫଳରେ ବସ୍‌ ଭିତରେ ଥିବା ୧୦ ଜଣ ଯାତ୍ରୀ ଛଟପଟ ହୋଇ ପ୍ରାଣ ହରାଇଥିଲା ବେଳେ ୩୦ ଯାତ୍ରୀ ଗୁରୁତର ଆହତ ହୋଇଥିଲେ।

ଘଟଣାସ୍ଥଳରେ ସ୍ଥାନୀୟ ଲୋକ ଆହତଙ୍କୁ ଉଦ୍ଧାର କରିଥିଲେ। ପରେ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ୫ଟି ଆମ୍ଵୁଲାନ୍ସ ଘଟଣାସ୍ଥଳରେ ନିୟୋଜିତ ହୋଇଥିଲା। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଥିଲେ।

Comment