ଓଡ଼ିଶାଲାଇଭ୍‌ ବ୍ୟୁରୋ

ବ୍ରହ୍ମପୁର ଗଜପତି ନଗରରେ ଥିବା ଏକ କୋଚିଂ ସେଣ୍ଟରକୁ ସିଲ୍‌ କରାଯାଇଛି। କୋଭିଡ୍‌ ନିୟମ ଉଲ୍ଲଘଂନ ଅଭିଯୋଗରେ ସିଲ୍‌ କଲା ଜିଲ୍ଲା ପ୍ରଶାସନ। କୋଚିଂ ସେଣ୍ଟର ଖୋଲିବାକୁ ବାରଣ ସତ୍ତ୍ଵେ ଚାଲିଥିଲା କ୍ଲାସ।

କରୋନା ଯୋଗୁଁ ସାରା ଦେଶରେ କଟକଣା ଜାରି କରାଯାଇଛି। ଏହା ମଧ୍ୟରେ କୋଚି ସେଣ୍ଟର, ସ୍କୁଲ, କଲେଜ ଆଜି ବନ୍ଦ ରଖିବାକୁ କଟକଣା ହୋଇଛି। ଏହାକୁ ଉଲ୍ଲଘଂନ କଲେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ ବୋଲି କୁହାଯାଇଥିଲା।

ସେହିପରି ଗଞ୍ଜାମରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ନିୟମକୁ କଡ଼ାକଡ଼ି କରୁଛି।

Comment