ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିର୍ଭୟା ମାମଲାରେ ୪ ଦୋଷୀଙ୍କୁ ଏକକାଳୀନ ଫାଶୀ ନା ପୃଥକ ପୃଥକ ଦିଆଯିବ ଫାଶୀ? ଏନେଇ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ। ଦୋଷୀଙ୍କୁ ଏକକାଳୀନ ଫାଶୀ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ରାୟ ବିରୋଧରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। କେନ୍ଦ୍ର ସରକାରଙ୍କ ଏହି ଆବେଦନ ଉପରେ କୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ ଦିନ ୨ଟାରେ ଶୁଣାଣି କରିବେ।

ସେପଟେ ଦିଲ୍ଲୀ ହାଇକୋର୍ଟଫେବ୍ରୁଆରି ୭ରେ ଦୋଷୀଙ୍କୁ ସମସ୍ତ ନ୍ୟାୟିକ ପ୍ରକ୍ରିୟା ପୂରଣ କରିବାକୁ ସମୟ ଦେଇଥିଲେ। ସମସ୍ତ ଦୋଷୀଙ୍କ ନ୍ୟାୟିକ ପ୍ରକ୍ରିୟା ପୂରଣ ହେଲେ ନୂଆ ଡେଥ୍‌ ଓ୍ୱାରେଣ୍ଟ ଜାରି କରିବେ କୋର୍ଟ।

Comment