ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିର୍ଭୟା ଦୋଷୀଙ୍କ ଫାଶୀ ପାଇଁ ଗୁରୁବାର ନୂଆ ଡେଥ ଓ୍ୱାରେଣ୍ଟ ଜାରି କରିପାରନ୍ତି ଦିଲ୍ଲୀ ପଟିୟାଲା ହାଉସ୍ କୋର୍ଟ। ନୂଆ ଡେଥ୍‌ ଓ୍ୱାରେଣ୍ଟ ଜାରି ପାଇଁ ହୋଇଥିବା ଆବେଦନର ଶୁଣାଣି କରି କୋର୍ଟ ରାୟ ଦେଇପାରନ୍ତି।

ବୁଧବାର ନୂଆ ଡେଥ୍‌ ଓ୍ୱାରେଣ୍ଟ ଜାରି ଆବେଦନ ଉପରେ କୋର୍ଟରେ ଶୁଣାଣି ଚାଲିଥିଲା। ଦୋଷୀଙ୍କ ଓକିଲ ଆଜି ତଥ୍ୟ ନରଖିଥିବାରୁ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଗୁରୁବାରକୁ ଘୁଞ୍ଚାଯାଇଛି। ଦୋଷୀଙ୍କ ଓକିଲ ଆସନ୍ତାକାଲି ତଥ୍ୟ ରଖିଲେ ମାମଲାର ଶୁଣାଣି ହେବ।

ଅନ୍ୟପକ୍ଷରେ ଆଜି ଶୁଣାଣି ସମୟରେ ନିର୍ଭୟାଙ୍କ ମା’ ଆଶା ଦେବୀ କୋର୍ଟରେ କାନ୍ଦି ପକାଇଛନ୍ତି। ଦୋଷୀଙ୍କୁ ଫାଶୀ ପାଇଁ ତୁରନ୍ତ ଡେଥ୍‌ ଓ୍ୱାରେଣ୍ଟ ଜାରି କରିବାକୁ ନିର୍ଭୟାଙ୍କ ମା’ ଜଜ୍‌ଙ୍କୁ ନିବେଦନ କରିଛନ୍ତି। ନୂଆ ଡେଥ୍‌ ଓ୍ୱାରେଣ୍ଟ ଜାରି ପାଇଁ ନିର୍ଭୟାଙ୍କ ମା’ ବାପା ଓ ତିହାର ଜେଲ କର୍ତ୍ତୃପକ୍ଷ କୋର୍ଟରେ ଆବେଦନ କରିଥିଲେ।

ପୂର୍ବରୁ ଫେବ୍ରୁଆରି ୫ରେ ଦିଲ୍ଲୀ ହାଇକୋର୍ଟ ଦୋଷୀଙ୍କୁ ନୋଟିସ ଜାରି କରିଥିଲେ। ସପ୍ତାହକ ଭିତରେ ଯାହାବି ଆଇନଗତ ପ୍ରକ୍ରିୟା ବାକି ରହିଛି ତାହା ସାରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଦୋଷୀଙ୍କୁ ମିଳିଥିବା ସମୟ ଆଜି ଶେଷ ହେଉଛି।

Comment