ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ଷ୍ଟାଫ୍ ସିଲେକସନ୍ କମିସନଙ୍କ କାର୍ଯ୍ୟାଳୟ ତଥା ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗରେ ୩୧ଟି ଜୁନିଅର୍ ଆସିଷ୍ଟାଣ୍ଟ୍‌ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।

  • ଏହି ନିଯୁକ୍ତି ପାଇଁ ଆବେଦନର ଶେଷ ତାରିଖ ଫେବ୍ରୁଆରି ୧୦ରୁ ୧୫କୁ ଘୁଞ୍ଚାଇଦିଆଯାଇଛି। ଆଗ୍ରହୀ ପ୍ରାର୍ଥୀ ଫେବ୍ରୁଆରି ୧୫ ତାରିଖ ପର୍ଯ୍ୟନ୍ତ ଅନଲାଇନ୍ ଆବେଦନ କରିପାରିବେ ।
  • ସମସ୍ତ ନିଯୁକ୍ତି ଚୁକ୍ତିଭିତ୍ତିକ ରହିବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି।

ପଦବୀ ସଂଖ୍ୟା – ଜୁନିଅର୍ ଆସିଷ୍ଟାଣ୍ଟ୍(୩୧)                        

  • ଓଡ଼ିଶା ଷ୍ଟାଫ୍ ସିଲେକସନ୍ କମିସନ(୧୧) – ସାଧାରଣ ବର୍ଗ – ୬ (ମହିଳା-୨), ଏସସି – ୨ (ମହିଳା-୧), ଏସଟି – ୨ (ମହିଳା-୧), ଏସ.ଇ.ବି.ସି – ୧
  • ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ(୨୦) – ସାଧାରଣ ବର୍ଗ – ୯ (ମହିଳା-୪), ଏସସି – ୩ (ମହିଳା-୧), ଏସଟି – ୫ (ମହିଳା-୨), ଏସ.ଇ.ବି.ସି – ୩ (ମହିଳା-୧)
  • ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗରେ ଭିନ୍ନକ୍ଷମଙ୍କ ପାଇଁ ସଂରକ୍ଷଣ ରହିଛି।

ବୟସ

  • ୨୧ରୁ ୩୨ ବର୍ଷ
  • ଏସସି, ଏସ.ଟି, ଏସ.ଇ.ବି.ସି ଓ ମହିଳାମାନଙ୍କ ପାଇଁ ୫ ବର୍ଷ କୋହଳ
  • ଭିନ୍ନକ୍ଷମଙ୍କ ପାଇଁ ୧୦ ବର୍ଷ କୋହଳ।

ଶିକ୍ଷାଗତ ଯୋଗ୍ୟତା – କଳା, ବିଜ୍ଞାନ କିମ୍ବା ବାଣିଜ୍ୟରେ ଯୁକ୍ତ ୩ ପାସ କରିଥିବେ। କମ୍ପ୍ୟୁଟର ଜ୍ଞାନ ଥିବ।

ଦରମା – ୮,୮୮୦ ଟଙ୍କା

ଚୟନ ପ୍ରକ୍ରିୟା

  • ପ୍ରିଲିମିନାରୀ ପରୀକ୍ଷା
  • ମୂଖ୍ୟ ଲିଖିତ ପରୀକ୍ଷା
  • କମ୍ପ୍ୟୁଟର ସ୍ଲିଲ ପରୀକ୍ଷା
  • ସାର୍ଟିଫିକେଟ ଯାଞ୍ଚ

ଫି – ଏସସି, ଏସଟି ଓ ଭିନ୍ନକ୍ଷମ ପ୍ରାର୍ଥୀଙ୍କୁ ବାଦ ଦେଇ ଅନ୍ୟମାନଙ୍କୁ ୨୦୦ ଟଙ୍କା ପରୀକ୍ଷା ଫି’ ଅନଲାଇନ୍ ଦାଖଲ କରିବାକୁ ପଡିବ।

ଅନଲାଇନ୍ ଆବେଦନ ଓ ସବିଶେଷ ତଥ୍ୟ ପାଇଁ ଆଗ୍ରହୀ ପ୍ରାର୍ଥୀ ossc.gov.inରେ ଲଗଇନ୍ କରିପାରିବେ।

Comment