ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଣି ଘୁଞ୍ଚିଲା ନିର୍ଭୟା ଶୁଣାଣି। ଏହାକୁ ଦିଲ୍ଲୀ ପଟିୟାଲା ହାଉସ କୋର୍ଟ ଫେବ୍ରୁଆରି ୧୭କୁ ଘୁଞ୍ଚାଇ ଦେଇଛନ୍ତି। ନିର୍ଭୟାଙ୍କ ପରିବାର ଆବେଦନର ଶୁଣାଣି ଘୁଞ୍ଚାଇ ଫେବ୍ରୁଆରି ୧୭ ତାରିଖରେ ଶୁଣାଣି ପାଇଁ ରଖାଯାଇଛି।

ଦୋଷୀଙ୍କୁ ଫାଶୀ ପାଇଁ ତୁରନ୍ତ ଡେଥ୍‌ ଓ୍ୱାରେଣ୍ଟ ଜାରି କରିବାକୁ ନିର୍ଭୟାଙ୍କ ମା’ ଜଜ୍‌ଙ୍କୁ ନିବେଦନ କରିଥିଲେ। ନୂଆ ଡେଥ୍‌ ଓ୍ୱାରେଣ୍ଟ ଜାରି ପାଇଁ ନିର୍ଭୟାଙ୍କ ମା’ ବାପା ଓ ତିହାର ଜେଲ କର୍ତ୍ତୃପକ୍ଷ କୋର୍ଟରେ ଆବେଦନ କରିଥିଲେ।

ବୁଧବାର ନୂଆ ଡେଥ୍‌ ଓ୍ୱାରେଣ୍ଟ ଜାରି ଆବେଦନ ଉପରେ କୋର୍ଟରେ ଶୁଣାଣି ଚାଲିଥିଲା। ଦୋଷୀଙ୍କ ଓକିଲ ତଥ୍ୟ ନରଖିଥିବାରୁ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଗୁରୁବାରକୁ ଘୁଞ୍ଚାଯାଇଥିଲା। ବର୍ତ୍ତମାନ ପୁଣି ଏହାକୁ ଘୁଞ୍ଚାଯାଇ ଫେବ୍ରୁଆରି ୧୭କୁ ରଖାଯାଇଛି।

ଅନ୍ୟପକ୍ଷରେ ପୂର୍ବରୁ ଫେବ୍ରୁଆରି ୫ରେ ଦିଲ୍ଲୀ ହାଇକୋର୍ଟ ଦୋଷୀଙ୍କୁ ନୋଟିସ ଜାରି କରିଥିଲେ। ସପ୍ତାହକ ଭିତରେ ଯାହାବି ଆଇନଗତ ପ୍ରକ୍ରିୟା ବାକି ରହିଛି ତାହା ସାରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଦୋଷୀଙ୍କୁ ମିଳିଥିବା ମହଲତ ବୁଧବାର ଶେଷ ହୋଇଯାଇଛି।

Comment