ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍କଳ ବିଶ୍ୱବିଦ୍ୟାଳୟର ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ଶନିବାରଠାରୁ ଆରମ୍ଭ ହେଉଛି ୟୁନିଭରସିଟି ପ୍ରିମିୟର୍ ଲିଗ୍। ଉତ୍କଳ ବିଶ୍ୱବିଦ୍ୟାଳୟର ସମସ୍ତ ବିଭାଗକୁ ନେଇ ଖେଳାଯାଉଥିବା ଏହି କ୍ରିକେଟ୍ ପ୍ରିମିୟର ଲିଗର ପ୍ରଥମ ଦିନରେ ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ ସାହୁ ଯୋଗଦେଇ ଏହାକୁ ଉଦଘାଟନ୍ କରିବେ।

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସହିତ ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରିମିୟର ଲିଗର ଉଦଘାଟନୀ ଉତ୍ସବରେ ରାଜ୍ୟର କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ଉତ୍ତର-ଭୁବନେଶ୍ୱର ବିଧାୟକ ସୁଶାନ୍ତ କୁମାର ରାଉତ ଓ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ଅଧ୍ୟକ୍ଷ ଚିନ୍ମୟ ସାହୁ ପ୍ରମୁଖ ଯୋଗଦେବେ।

ଉତ୍କଳ ବିଶ୍ୱବିଦ୍ୟାଳୟର ୩୨ଟି ବିଭାଗକୁ ନେଇ ଏହି ପ୍ରିମିୟର ଲିଗ୍ ଖେଳାଯିବ। ପ୍ରତ୍ୟେକ ମ୍ୟାଚ୍ ନକଆଉଟ୍ ଭିତ୍ତିରେ ଖେଳାଯିବ। ଚାମ୍ପିୟନ ଦଳ ଓ ରନର୍ସ ଅପ ଦଳକୁ ଟ୍ରଫି ଓ ପୁରସ୍କାର ପ୍ରଦାନ କରାଯିବ। ଏଥିସହିତ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି, ଏମର୍ଜିଂ ଖେଳାଳିଙ୍କୁ ମଧ୍ୟ ଶେଷରେ ଟ୍ରଫି ଦେଇ ସମ୍ମାନିତ କରାଯିବ ବୋଲି ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପରିଷଦ ପକ୍ଷରୁ କୁହାଯାଇଛି।

Comment