ଓଡ଼ିଶାଲାଇଭ୍‌ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲା ଥେରୁବାଲିସ୍ଥିତ ଇମ୍ଫା କାରଖାନାର ସାମାଜିକ ପ୍ରତିବଦ୍ଧତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏଥିରେ ବଂଶୀଧର ଇଲା ପଣ୍ଡା ଫାଉଣ୍ଡେସନ ତରଫରୁ ୩ ଜଣ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏହାକୁ ପ୍ରଦାନ କରିଛନ୍ତି ରାୟଗଡ଼ା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା।

୩ ଜଣ ଦିବ୍ୟାଙ୍ଗ ବ୍ୟକ୍ତି ଯେଉଁମାନେ ବର୍ତ୍ତମାନ କ୍ଷୁଦ୍ର ବ୍ୟବସାୟ କରି ଜୀବିକା ନିର୍ବାହ କରୁଛନ୍ତି ସେମାନଙ୍କୁ ଏହି ପୁରସ୍କାର ଦିଆଯାଇଛି। ଦିବ୍ୟାଙ୍ଗ ବ୍ୟକ୍ତି ତ୍ରିନାଥ କୌଶଲ୍ୟା, ଯେ କି ବିଭିନ୍ନ ଗ୍ରାମକୁ ଯାଇ ବ୍ୟବସାୟ କରନ୍ତି ତାଙ୍କୁ ଯାତାୟାତରେ ଯେପରି ସହାୟକ ହେବ ସେଥାପାଇଁ ଏକ ବ୍ୟାଟେରୀ ଚାଳିତ ତିନି ଚକିଆ ସାଇକେଲ ପ୍ରଦାନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ଇମ୍ଫାର ବରିଷ୍ଠ ମହାପ୍ରବନ୍ଧକ ଇ.ଭି.ଏସ୍ ଉମା ମହେଶ୍ଵର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଆଦିପତି କହଁର, କୋଲନରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ତାପସ କୁମାର ଭୋଇ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବ ଗୋପାଳ ରାଓ, କୋଲନରା ପଞ୍ଚାୟତ ସମିତି, ଇମ୍ଫାର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ସ୍ଥାନୀୟ ପଲ୍ଲି ବିକାଶର ନିର୍ଦ୍ଦେଶକ ରାଧାଶ୍ୟାମ ପଣ୍ଡା ଏବଂ ସହାୟତା ପାଇଥିବା ହିତାଧିକାରୀମାନଙ୍କ ପରିବାରବର୍ଗ ଉପସ୍ଥିତ ଥିଲେ।

ଇମ୍ଫାର ଲୋକ ସମ୍ପର୍କ ବିଭାଗର ବରିଷ୍ଠ ପ୍ରବନ୍ଧକ ଶକ୍ତି ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଇଂମ୍ଫାର ଏଭଳି କାର୍ଯ୍ୟକୁ ସର୍ବସାଧାରଣରେ ପ୍ରଶଂସା କରାଯାଇଛି।

Comment