ଓଡ଼ିଶାଲାଇଭ୍ ବ୍ୟୁରୋ

ଆପଣଙ୍କ ପାଖରେ ଆଧାର କାର୍ଡ ଅଛି କି? ତେବେ ଆପଣଙ୍କୁ ପାନ୍ କାର୍ଡ ପାଇବା ପାଇଁ ଆଉ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବନି। ଏଣିକି ମାତ୍ର ୧୦ ମିନିଟରେ ଆପଣ ଅନଲାଇନ୍ ଜରିଆରେ ପାନ୍ କାର୍ଡ ପାଇପାରିବେ।

ଆୟକର ବିଭାଗର ନୂଆ ସୁବିଧା ଯୋଗୁଁ ଆପଣ ଏହି ଲାଭ ଉଠାଇପାରିବେ। ତେବେ ଅନଲାଇନ୍ ଜରିଆରେ ଆପଣ ପାନ୍ କାର୍ଡର ସଫ୍ଟ କପି ପାଇପାରିବେ। ଏହାପରେ ପାନ୍ କାର୍ଡ ପାଇବାକୁ ହେଲେ ଆପଣଙ୍କୁ ୫୦ ଟଙ୍କା ଦେଇ ଆବେଦନ କରିବାକୁ ପଡ଼ିବ। ତେବେ ଏହି ପାନ୍ କାର୍ଡ ପାଇବା ପାଇଁ ଆପଣଙ୍କୁ କେତୋଟି କଥା କରିବାକୁ ପଡ଼ିବ।

ଏଥିପାଇଁ ଆପଣଙ୍କୁ ଆୟକର ବିଭାଗର ୱେବସାଇଟକୁ ଯାଇ ଲଗଇନ୍ କରିବାକୁ ପଡ଼ିବ। ଏହାପରେ ସେଠାରେ ନିଜର ଆଧାର ନମ୍ବର ଦେବା ସହିତ ଓଟିପି ନମ୍ବର ଏଣ୍ଟର କରିବାକୁ ପଡ଼ିବ। ସବୁ ପକ୍ରିୟା ଶେଷ ହେବା ପରେ ଯାଇ ଆପଣଙ୍କୁ ପାନ୍ କାର୍ଡ ମିଳିପାରିବ।

ପାନ୍ କାର୍ଡ ପାଇଁ ଆବେଦନ କରିବାକୁ ଚାହୁଁଥିଲେ ଏଠାରେ କ୍ଲିକ୍ କରନ୍ତୁ – ଆବେଦନ କରନ୍ତୁ

Comment