ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୁଜରାଟ ଅହମ୍ମଦାବାଦରେ ପହଞ୍ଚିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସ୍ୱତନ୍ତ୍ର ବିମାନ ‘ଏୟାରଫୋର୍ସ ଓ୍ୱାନ’ରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ବିମାନବନ୍ଦର ପହଞ୍ଚିଛନ୍ତି। ଟ୍ରମ୍ପଙ୍କ ସହ ତାଙ୍କ ପତ୍ନୀ ଓ ଝିଅ ବି ଆସିଛନ୍ତି। ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ସ୍ୱାଗତ କରିଛନ୍ତି। ଗୁଜରାଟ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କୁ ସ୍ୱାଗତ କରିଛନ୍ତି।

କେବଳ ଏତିକି ନୁହେଁ ଟ୍ରମ୍ପଙ୍କ ସ୍ୱାଗତ ପାଇଁ ବିମାନବନ୍ଦରରେ ସ୍ୱତନ୍ତ୍ର ସାଜସଜା ଦେଖିବାକୁ ମିଳିଛି। ଟ୍ରମ୍ପଙ୍କ ଗସ୍ତ ନେଇ ଉତ୍ସବମୁଖର ହୋଇପଡ଼ିଛି ଅହମ୍ମଦାବାଦ। ବିମାନବନ୍ଦରରେ ପାରମ୍ପରିକ ନୃତ୍ୟ ଗୀତ ମଧ୍ୟରେ ତାଙ୍କୁ ସ୍ୱାଗତ କରାଯାଇଛି।

ବିମାନ ବନ୍ଦରରୁ ସିଧାସଳଖ ଟ୍ରମ୍ପ ସାବରମତୀ ଆଶ୍ରମ ଅଭିମୁଖେ ବାହାରିବେ। ରୋଡ ସୋ’ କରି ଟ୍ରମ୍ପ ସାବରମତୀ ଆଶ୍ରମରେ ପହଁଞ୍ଚିବେ ଏହା ପରେ ମୋଟେରା ଷ୍ଟାଡିୟମରେ ଆୟୋଜିତ ହୋଇଥିବା ‘ନମସ୍ତେ ଟ୍ରମ୍ପ’କାର୍ଯ୍ୟକ୍ରମରେ ସାମିଲ ହେବେ।

Comment