ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ହିଂସାରେ ଜଳୁଛି ଉତ୍ତର ପୂର୍ବ ଦିଲ୍ଲୀ
  • ଲାଗୁ ହେଲା ୧୪୪ ଧାରା
  • କନଷ୍ଟେବଲଙ୍କ ସମେତ ୭ ମୃତ

ଦିଲ୍ଲୀରେ ଜଳୁଛି ନିଆଁ। ଉତ୍ତର ପୂର୍ବ ଦିଲ୍ଲୀରେ ବିକ୍ଷୋପକାରୀ ଓ ସମର୍ଥକ ମୁହାଁମୁହିଁ ହୋଇଛନ୍ତି। ପଥର ମାଡ଼ ହେବାରୁ ଜଣେ କନଷ୍ଟେବଲଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ହୋଇଛି।

ଆଜି ସକାଳୁ ପାଞ୍ଚଟି ମୋଟର ଯାନକୁ ନିଆଁ ଲଗାଇ ଦେଇଛନ୍ତି ବିକ୍ଷୋପକାରୀ। ନିଆଁ ଲିଭାଇବା ଲାଗି ଆସିଥିବା ଦମକଳା ଗାଡ଼ିକୁ ବି ନିଆଁ ଲଗାଇଲେ ବିକ୍ଷୋପକାରୀ। ଏଥିପାଇଁ ପୂରା ୧ ମାସ ପାଇଁ ଦିଲ୍ଲୀରେ ୧୪୪ ଧାରା ଲାଗୁ କରାଯାଇଛି।

ଶନିବାର ସନ୍ଧ୍ୟାରୁ ହିଁ ଉତ୍ତର-ପୂର୍ବ ଦିଲ୍ଲୀରେ ସିଏଏ ବିରୋଧୀ ନିଆଁ ତେଜିଥିଲା। ଜାଫରାବାଦ ମେଟ୍ରୋ ଷ୍ଟେସନ ନିକଟରେ କିଛି ବିକ୍ଷୋଭକାରୀ ହାତରେ ପ୍ଲାକାର୍ଡ ଧରି ରାସ୍ତାକୁ ଆସିଥିଲେ। ସିଏଏ ପ୍ରତ୍ୟାହାର ପାଇଁ ଦାବି କରିଥିଲେ। ସୋମବାର କିଛି ମହିଳା ସିଏଏ ସମର୍ଥନରେ ରାସ୍ତାକୁ ଓହ୍ଲାଇଥିଲେ। ଫଳରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଦୁଇ ଗୋଷ୍ଠୀ ଭିତରେ ପଥର ଫିଙ୍ଗାଫିଙ୍ଗି ହୋଇଥିଲା। ବଜିରାବାଦ ରୋଡ୍‌ରେ ବିକ୍ଷୋଭକାରୀମାନେ କିଛି ଗାଡ଼ିରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଭାଜନପୁରଠରେ ଥିବା ଏକ ପେଟ୍ରୋଲ ପମ୍ପରେ ବି ନିଆଁ ଲଗାଇ ଦେଇଥିଲେ ବିକ୍ଷୋଭକାରୀ।

Comment