ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏସ୍‌ସିବିରେ ସବୁ ବିଭାଗ ପାଇଁ ଅଲଗା ଅଲଗା ଟିକେଟ୍‌ କାଟିବାକୁ ପଡ଼ିବ ନାହିଁ। ସବୁ ବିଭାଗ ପାଇଁ ଗୋଟିଏ ଟିକେଟ୍‌ କାଟିବେ ଲୋକେ। ଓପିଡି ପାଇଁ ଗୋଟିଏ ଟିକେଟ୍‌ କାଟିଲେ ରୋଗୀ ସବୁ ବିଭାଗରେ ଏହି ଟିକେଟ୍‌ ଦେଖାଇ ଡାକ୍ତରଙ୍କ ପରାମର୍ଶ ନେଇପାରିବେ।

ଏଭଳି ବ୍ୟବସ୍ଥା ଖୁବ୍‌ଶୀଘ୍ର ଏସ୍‌ସିବିରେ ଲାଗୁ କରାଯିବ ବୋଲି ଅଧୀକ୍ଷକ ପ୍ରଫେସର ଡାକ୍ତର ସରୋଜ କାନ୍ତ ସାହୁ ସୂଚନା ଦେଇଛନ୍ତି। ଏ ସମ୍ପର୍କରେ ପ୍ରସ୍ତାବ ଡିଏମ୍‌ଇଟିଙ୍କ ପାଖକୁ ଯାଇଛି। ମଞ୍ଜୁରୀ ମିଳିବା ପରେ ଏହି ବ୍ୟବସ୍ଥା ଲାଗୁ କରାଯିବ ବୋଲି ଡାକ୍ତର ସରୋଜ କାନ୍ତ କହିଛନ୍ତି।

କେବଳ ସେତିକି ନୁହେଁ, ସେହି ଟିକେଟ୍‌ର ବୈଧତା ଗୋଟେ ମାସ ପାଇଁ ରହିବ। ମାସେ ପର୍ଯ୍ୟନ୍ତ ସେହି ଟିକେଟ୍‌ରେ ରୋଗୀ ଡାକ୍ତରଙ୍କୁ ଦେଖାଇ ପରାମର୍ଶ ନେଇପାରିବେ।

Comment