ଓଡ଼ିଶାଲାଇଭ୍‌ ବ୍ୟୁରୋ

ସମ୍ବଲପୁର ଜିଲ୍ଲା ଏସ୍‌ସି-ଏସ୍‌ଟି ଉନ୍ନୟନ ବିଭାଗ ଅଧୀନରେ ଥିବା ବିଭିନ୍ନ ହାଇ ସ୍କୁଲ୍‌ମାନଙ୍କରେ ଶିକ୍ଷକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ପ୍ରାର୍ଥୀମାନେ ଆସନ୍ତା ମାର୍ଚ୍ଚ ୧୬ ତାରିଖ ଯାଏଁ ଆବେଦନ କରିପାରିବେ।

ଟିଜିଟି (ଆର୍ଟସ୍‌): ୬ଟି ପଦବୀ

ଶିକ୍ଷାଗତ ଯୋଗ୍ୟତା- ଆର୍ଟସ୍‌ରେ ସ୍ନାତକ (୫୦% ସହ) କରିବା ସହ ଦୁଇଟି ସ୍କୁଲ୍‌ ବିଷୟ ଅନର୍ସ/ପାସ୍‌/ଇଲେକ୍ଟିଭ୍‌ ଭାବେ ପଢ଼ିଥିବେ କିମ୍ବା ବି.ଏଡ୍‌ କରିଥିବେ।

ଟିଜିଟି ସାଇନ୍ସ (ପିସିଏମ୍‌): ୬ଟି ପଦବୀ

ଶିକ୍ଷାଗତ ଯୋଗ୍ୟତା- ବିଜ୍ଞାନ (ପିସିଏମ୍‌- ୫୦% ସହ) ରେ ସ୍ନାତକ ଡିଗ୍ରୀ ସହ ଦୁଇଟି ସ୍କୁଲ୍‌ ବିଷୟ ଅନର୍ସ/ପାସ୍‌/ଇଲେକ୍ଟିଭ୍‌ ଭାବେ ପଢ଼ିଥିବେ କିମ୍ବା ବି.ଏଡ୍‌ କରିଥିବେ।

ଟିଜିଟି ସାଇନ୍ସ (ସିବିଜେଡ୍‌): ୪ଟି ପଦବୀ

ଶିକ୍ଷାଗତ ଯୋଗ୍ୟତା- ବିଜ୍ଞାନ (ସିବିଜେଡ୍‌- ୫୦% ସହ) ରେ ସ୍ନାତକ ଡିଗ୍ରୀ ସହ ଦୁଇଟି ସ୍କୁଲ୍‌ ବିଷୟ ଅନର୍ସ/ପାସ୍‌/ଇଲେକ୍ଟିଭ୍‌ ଭାବେ ପଢ଼ିଥିବେ କିମ୍ବା ବି.ଏଡ୍‌ କରିଥିବେ।

ସଂକୃତ ଶିକ୍ଷକ: ୪ଟି ପଦବୀ

ଶିକ୍ଷାଗତ ଯୋଗ୍ୟତା- ସଂକୃତରେ ୫୦% ସହ ସ୍ନାତକ ଡିଗ୍ରୀ ହାସଲ କରିଥିବେ କିମ୍ବା ଏନ୍‌ସିଟିଇ ଦ୍ଵାରା ପରିଚାଳିତ କୋର୍ସ ଶିକ୍ଷା ଶାସ୍ତ୍ରୀ କରିଥିବେ।

ହିନ୍ଦୀ ଶିକ୍ଷକ: ୪ଟି ପଦବୀ

ଶିକ୍ଷାଗତ ଯୋଗ୍ୟତା- ହିନ୍ଦୀ ରେ ୫୦% ସହ ସ୍ନାତକ ଡିଗ୍ରୀ ହାସଲ କରିଥିବେ।

ପିଇଟି: ୩ଟି ପଦବୀ

ଶିକ୍ଷାଗତ ଯୋଗ୍ୟତା- ୫୦% ସହ ଦ୍ଵାଦଶ ଶ୍ରେଣୀ ପାସ୍‌ କରିଥିବେ କିମ୍ବା ସି.ପି.ଏଡ୍‌ /ବି.ପି.ଏଡ୍‌ କରିଥିବେ।

ଆବେଦନ ପ୍ରକ୍ରିୟା:

ଇଚ୍ଛୁକ ପ୍ରାର୍ଥୀମାନେ ନିଜର ଆବେଦନପତ୍ର ଏବଂ ଅନ୍ୟାନ୍ୟ ଦରକାରୀ ଡକ୍ୟୁମେଣ୍ଟସ୍‌ ଡାକ ମାଧ୍ୟମରେ ମାର୍ଚ୍ଚ ୧୬ ତାରିଖ ସଂଧ୍ୟା ୫.୩୦ ପୂର୍ବରୁ ନିମ୍ନଲିଖିତ ଠିକଣାରେ ଦାଖଲ କରିବାକୁ ହେବ।

ଠିକଣା: ଦି ଡିଷ୍ଟ୍ରୀକ୍ଟ ଓ୍ଵେଲ୍‌ଫେୟାର୍‌ ଅଫିସର୍‌, ସମ୍ବଲପୁର, ପିନ୍‌- ୭୬୮୦୦୧

ଅଧିକ ସୂଚନା ପାଇଁ sambalpur.nic.in ରେ କ୍ଲିକ୍‌ କରନ୍ତୁ।

Comment