ଓଡ଼ିଶାଲାଇଭ୍ ବ୍ୟୁରୋ

 

ମୋ’ କଲେଜ ଅଭିଯାନର ପରିଚାଳନା ସଂଗଠନ ପାଇଁ ତିନି ଜଣିଆ କମିଟି ସଦସ୍ୟ ବାଛିଛନ୍ତି ରାଜ୍ୟ ସରକାର। ଗୁରୁବାର ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଫକୀର ମୋହନ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି କୁମାରବର ଦାସ,ପୂର୍ବତନ ଆଞ୍ଚଳିକ ଶିକ୍ଷା ନିର୍ଦେଶକ କମଳା ପ୍ରସାଦ ମହାପାତ୍ରଙ୍କୁ ଏହି କମିଟିରେ ସ୍ଥାନ ଦିଆଯାଇଛି।ସବୁଠାରୁ ଗୁରତ୍ୱପୂର୍ଣ୍ଣ କଥା ହେଲା ଏହି କମିଟିରେ ଯୁବପ୍ରତିଭା ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି ତନ୍ମୟ ସ୍ୱାଇଁଙ୍କୁ ମଧ୍ୟ ସ୍ଥାନ ଦିଆଯାଇଛି।

Comment