ଓଡ଼ିଶାଲାଇଭ୍‌ ବ୍ୟୁରୋ

ହେଲମେଟ୍‌ ନାହିଁ ତ ପେଟ୍ରୋଲ ନାହିଁ। ଏହି ନିୟମ ଆରମ୍ଭ ହୋଇଛି ପୁରୀରେ। ବାଇକ୍‌ ଚାଳକ ହେଲମେଟ୍‌ ପିନ୍ଧି ନଥିଲେ ଏବଂ କାର୍‌ ଚାଳକ ସିଟ୍‌ ବେଲ୍ଟ ବାନ୍ଧି ନଥିଲେ ତେଲ ଦେବାକୁ ସଫା ସଫା ମନା କରି ଦେଉଛନ୍ତି ପେଟ୍ରୋଲ ପମ୍ପ୍‌ କର୍ମଚାରୀ।

ହେଲମେଟ୍‌ ପିନ୍ଧିକି ଆସ ତା’ ପରେ ପେଟ୍ରୋଲ ଦିଆଯିବ ବୋଲି ଗାଡ଼ି ଚାଳକଙ୍କୁ କହୁଛନ୍ତି ପେଟ୍ରୋଲ ପମ୍ପ୍‌ କର୍ମଚାରୀ।

ଫେବ୍ରୁଆରି ୨୯ରେ ମହଲତ ଶେଷ ହୋଇଛି। ନୂଆ ମୋଟର ଯାନ ଆଇନ ଅନୁସାରେ ସାରା ରାଜ୍ୟରେ ପୁଣିଥରେ ଟ୍ରାଫିକ ଧରପଗଡ଼ ଆରମ୍ଭ ହୋଇଛି। କଅଧିକାଂଶ ଲୋକ ଟ୍ରାଫିକ ନିୟମ ମାନି ମୁଣ୍ଡରେ ହେଲମେଟ୍‌ ପିନ୍ଧୁଥିବା ବେଳେ ଆଉ କିଛି ଲୋକ ଏହାକୁ ମାନୁ ନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ଗାଡ଼ି ଚାଳକଙ୍କୁ ସଚେତନ କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି।

ଯେଉଁ ଗାଡ଼ି ଚାଳକମାନେ ହେଲମେଟ୍‌ ନପିନ୍ଧି ପେଟ୍ରୋଲ ପାଇଁ ଆସୁଛନ୍ତି ସେମାନଙ୍କଠାରୁ ଫାଇନ ଆଦାୟ ପାଇଁ ନିଷ୍ପତ୍ତି ହୋଇଛି। ନିୟମ ଉଲ୍ଲଂଘନ କରୁଥିବା ଗାଡ଼ି ଚାଳକଙ୍କଠାରୁ ଜରିମାନା ଆଦାୟ କରିବାକୁ ଜିଲ୍ଲା ଯୋଗାଣ ବିଭାଗ ନିଷ୍ପତ୍ତି ନେଇଛି। ସିସିଟିଭି ଫୁଟେଜ୍‌ ଆଧାରରେ ଗାଡ଼ି ଚାଳକଙ୍କ ପାଖକୁ ଇ-ଚାଲାଣ ପଠାଯିବ ବୋଲି ପ୍ରଶାସନ କହିଛି।

Comment