ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇପିଏଲର ଆଗାମୀ ସଂସ୍କରଣ ଆରମ୍ଭ ହେବା ପୂର୍ବରୁ ଅଭ୍ୟାସ ମଇଦାନକୁ ଓହ୍ଲାଇଛି ଧୋନୀ ବାହିନୀ। ଚେନ୍ନାଇ ସୁପର କିଙ୍ଗସ୍ ଦଳ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱରେ ନିଜର ଅଭ୍ୟାସ ଆରମ୍ଭ କରିଛି।

ଆଇପିଏଲ୍ ଆରମ୍ଭ ହେବାକୁ ଆଉ ମାତ୍ର ୨୫ ଦିନ ବାକି ଅଛି। ଏହା ପୂର୍ବରୁ ଦଳ ନିଜର ଅଭ୍ୟାସ ଆରମ୍ଭ କରିଦେଇଛି। ଧୋନୀ, ସୁରେଶ ରାଇନା, ଅମ୍ବାତି ରାଇଡୁଙ୍କ ଭଳି ଖେଳାଳି ଏହି ଅଭ୍ୟାସରେ ସାମିଲ ହୋଇଛନ୍ତି। ଏଥିସହିତ ସମସ୍ତ ଖେଳାଳି ଖୁବଶୀଘ୍ର ଦଳ ସହିତ ଯୋଗଦେବେ ବୋଲି ଦଳ ପକ୍ଷରୁ କୁହାଯାଇଛି।

ଆଇପିଏଲ୍ ଇତିହାସରେ ଗୋଟିଏ ସଫଳ ଦଳ ଭାବେ ଚେନ୍ନାଇ ସୁପର କିଙ୍ଗସ ପରିଚିତ। ଗତଥର ସଂସ୍କରଣରେ ମଧ୍ୟ ଦଳ ଫାଇନାଲକୁ ଯାଇଥିଲା। ହେଲେ ଦୁର୍ଭାଗ୍ୟବଶତଃ ଦଳ ରନର୍ସ ଅପରେ ସନ୍ତୁଷ୍ଟ ହୋଇଥିଲା। ଏଥର ଦଳ ପୁଣିଥରେ ଚାମ୍ପିୟନ ହେବାକୁ ଲକ୍ଷ୍ୟ ରଖିଛି।

Comment