ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ଚିତ୍ରତ୍ପୋଳା ନଦୀରେ ଗାଧୋଇବା ବେଳେ ପାଣିରେ ବୁଡ଼ିଯାଇ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି।

ମୃତ ଯୁବକମାନେ ହେଲେ ପାଟକୁରା ମୁସଲିମ ସାହିକୁ ଆସିଥିବା ଦୁଇ ଜଣ ଧର୍ମ ପ୍ରଚାରକ ଯୁବକ ମହମ୍ମଦ ହାସନ ଅଲ୍ଲୀ ଓ ଅହମ୍ମଦ ହାସନ୍।

ଶୁକ୍ରବାର ସକାଳେ ଦୁଇ ଜଣ ଯୁବକ ଚିତ୍ରତ୍ପୋଳା ନଦୀକୁ ଗାଧୋଇବାକୁ ଯାଇଥିଲେ। ହଠାତ୍‌ ଦୁଇ ଜଣଙ୍କ ଗୋଡ଼ ଖସିଯିବା ଫଳରେ ନଦୀରେ ବୁଡ଼ି ଯାଇଥିଲେ। ଦୁହିଁଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ହେଲେ ଦୁଇ ଜଣ ନଦୀ ଭିତରେ ନିଖୋଜ ହୋଇଯାଇଥିଲେ। ଦୁଇଜଣଙ୍କୁ ଖୋଜି ଖୋଜି ସ୍ଥାନୀୟ ଲୋକ ନିରାଶ ହୋଇଥିଲେ। ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ନୈନ୍ଦିପୁର ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ନିଖୋଜ ଦୁଇ ସାଙ୍ଗକୁ ଉଦ୍ଧାର କରିଥିଲେ। ନଦୀରୁ ଉଦ୍ଧାର କରି ଦୁଇ ଜଣଙ୍କୁ ନିକଟସ୍ଥ ପାଟକୁରା ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଏମାନଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।

ମୃତ ଦୁଇ ଯୁବକ ହେଉଛନ୍ତି କେନ୍ଦ୍ରାପଡ଼ା ସହରର ଜୟୀପୁରା ଗାଁର ମହମ୍ମଦ୍ ଇରାନ ଅଲ୍ଲୀଙ୍କ ପୁଅ ମହମ୍ମଦ ହାସନ୍ ଅଲ୍ଲୀ। ବୟସ ୧୫ ବର୍ଷ। ଅନ୍ୟ ଜଣେ ଉତ୍ତରପ୍ରଦେଶ ଦୁଲ୍ଲାପୁର ଜିଲ୍ଲା ଗାଜିପୁର ଗାଁର ତାରିକ୍ ଅହମ୍ମଦ। ଏମାନେ ଏକ ୧୬ ଜଣିଆ ଦଳରେ ପାଟକୁରା ଆସି ୩ ଦିନ ଧରି ପାଟକୁରା ମୁସଲମାନ ବସ୍ତିରେ ଏମାନେ ଧର୍ମ ପ୍ରଚାର କରୁଥିଲେ ବୋଲି କୁହାଯାଉଛି।

ପାଟକୁରା ଥାନା ପୋଲିସ ଦୁଇ ମୃତକଙ୍କ ଶବକୁ ଜବତ କରି କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଛି।

Comment