ଓଡ଼ିଶାଲାଇଭ୍ ବ୍ୟୁରୋ

ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ନ୍ୟାସନାଲ କନଫ୍ରେନ୍ସର ନେତା ଫାରୁକ ଅବଦୁଲା ଆଜି ନଜରବନ୍ଦୀରୁ ମୁକ୍ତ ହୋଇଛନ୍ତି। ଏନେଇ ଶୁକ୍ରବାର ଜମ୍ମୁ ସରକାର ଘୋଷଣା କରିଛନ୍ତି।

ଜମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ ୩୭୦ହଟିବା ପରେ ଅଗଷ୍ଟ ୫ତାରିଖରେ ଫାରୁକ ଅବଦୁଲ୍ଲାଙ୍କୁ ଗୃହବନ୍ଦୀ କରାଯାଇଥିଲା।  ଏହାପରେ ସେପ୍ଟେମ୍ବର ୧୫ତାରିଖରେ ତାଙ୍କୁ ନଜରବନ୍ଦୀ କରାଯାଇଥିଲା। ଶୁକ୍ରବାର ତାଙ୍କୁ ନଜରବନ୍ଦୀରୁ ମୁକ୍ତ କରିଛନ୍ତି ଜମ୍ମୁ ସରକାର।

ଜମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ ୩୭୦ହଟିବା ପରେ ସେଠାରେ ବିଶୃଙ୍ଖଳା ସୃଷ୍ଟି ହେବା ଆଶଙ୍କାରେ ଫାରୁକ ଅବଦୁଲ୍ଲା ତାଙ୍କ ପୁଅ ଉମର ଅବଦୁଲ୍ଲା ଓ ମେହବୁବା ମୁଫ୍ତିଙ୍କୁ ଗିରଫ କରାଯାଇଥିଲା। ଏହାପରେ ଫାରୁକ ଅବଦୁଲ୍ଲାଙ୍କୁ ନଜରବନ୍ଦୀ କରାଯାଇଥିଲା। ଡିସେମ୍ବର୧୩ ତାରିଖରେ ତାଙ୍କୁ ନଜରବନ୍ଦୀରୁ ମୁକ୍ତ କରାଯିବାକୁ ଥିଲା। ତେବେ ଡିସେମ୍ବର୧୧ତାରିଖରେ ପୁଣି ଥରେ ତାଙ୍କ ନଜରବନ୍ଦୀ ଅବଧିକୁ ୩ମାସ ପାଇଁ ବଢ଼ାଇ ଦିଆଯାଇଥିଲା। ଏହାପରେ ପ୍ରାୟ ୭ମାସ ପରେ ନଜରବନ୍ଦୀରୁ ମୁକ୍ତ ହୋଇଛନ୍ତି ଫାରୁକ ଅବଦୁଲ୍ଲା।

ଏନେଇ ଜମ୍ମୁ-କାଶ୍ମୀରର ଯୋଜନା ଉନ୍ନୟନ ଏବଂ ଅନୁଧ୍ୟାନ ବିଭାଗର ପ୍ରମୁଖ ଶାସନ ସଚିବ ରୋହିତ କଂଶଲ ଟୁଇଟ କରି ସୂଚନା ଦେଇଛନ୍ତି।

ଫାରୁକ ଅବଦୁଲ୍ଲାଙ୍କ ଛଡ଼ା ତାଙ୍କ ପୁଅ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ଓ ମେହବୁବା ମୁଫ୍ତି ଏବେବି ଗୃହବନ୍ଦୀ ହୋଇ ରହିଛନ୍ତି।  ଏହି ନେତାମାନଙ୍କୁ ଜନସାଧାରଣ ସୁରକ୍ଷା ଆଇନ ଅନୁଯାୟୀ ଗିରଫ କରାଯାଇଛି। ଜନ ସାଧାରଣ ସୁରକ୍ଷା ଆଇନ ଅନୁଯାୟୀ ଜାମ୍ମୁ-କାଶ୍ମୀରରେ ୩୯୬ଜଣଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ମଧ୍ୟରୁ କେବଳ ଫାରୁକ ଅବଦୁଲ୍ଲାଙ୍କୁ ଶୁକ୍ରବାର ମୁକ୍ତ କରାଯାଇଛି।

ବହୁଦିନରୁ ଏହି ନେତାମାନଙ୍କୁ ମୁକ୍ତ କରିବାକୁ ଦାବି ହୋଇ ଆସୁଥିଲା। ଏଥିପାଇଁ ନ୍ୟାସନାଲ କନଫ୍ରେନ୍ସ ନେତାମାନେ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ତ ମଧ୍ୟ ହୋଇଥିଲେ।

Comment