ଓଡ଼ିଶାଲାଇଭ୍‌ ବ୍ୟୁରୋ

ହାଇଦ୍ରାବାଦରେ ଜଣେ କୋରୋନା ରୋଗୀ ସୁସ୍ଥ ହେବା ଖବର ସାମ୍ନାକୁ ଆସିଛି। ଆକ୍ରାନ୍ତ ଜଣକ ହାଇଦ୍ରାବାଦର ଗାନ୍ଧୀ ହସ୍ପିଟାଲରେ ଦୀର୍ଘଦିନ ହେବ ଚିକିତ୍ସିତ ହେଉଥିଲେ। ଏବେ ସେ ସୁସ୍ଥ ହୋଇଯାଇଛନ୍ତି। ଖୁବ୍‌ଶୀଘ୍ର ସେ ଡାକ୍ତରଖାନାରୁ ଡିସଚାର୍ଜ ହୋଇ ଘରକୁ ଫେରିବେ ବୋଲି ଜଣାପଡ଼ିଛି।

ତଥାପି ତାଙ୍କୁ ଆହୁରି ୧୪ ଦିନ ପର୍ଯ୍ୟନ୍ତ ଅଲଗା ରଖାଯିବ। ଏହି ବ୍ୟକ୍ତି ଜଣକ ହାଇଦ୍ରାବାଦରୁ ଏକମାତ୍ର କୋରୋନା ଆକ୍ରାନ୍ତ ଥିଲେ।

ଦେଶରେ ବର୍ତ୍ତମାନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ ୮୧ରେ ପହଞ୍ଚିଛି। ଏହାସହ ଜଣେ ବ୍ୟକ୍ତିଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। କେବଳ ଭାରତ ସରକାର ନୁହନ୍ତି ସବୁ ରାଜ୍ୟ ସରକାର ମଧ୍ୟ ଏହାକୁ ମୁକାବିଲା କରିବାକୁ ପ୍ରସ୍ତୁତ ଅଛନ୍ତି।

Comment