ଓଡ଼ିଶାଲାଇଭ୍ ବ୍ୟୁରୋ

 

ପେଟ୍ରୋଲ ଓ ଡିଜେଲ ଦର ଉପରେ ଏକ୍ସାଇଜ୍ ଟିକସ ବୃଦ୍ଧି କରାଯାଇଛି। ପେଟ୍ରୋଲ ଓ ଡିଜେଲ୍ ଲିଟର ପିଛା ୩ଟଙ୍କା ଲେଖାଏଁ ଏକ୍ସାଇଜ ଡ୍ୟୁଟି ବୃଦ୍ଧି ପାଇଛି। ଅନ୍ତର୍ଜାତୀୟ ବଜାରରେ ତୈଳ ଦର ହ୍ରାସ ପାଇବା ପରେ କେନ୍ଦ୍ର ସରକାର ଏକ୍ସାଇଜ୍ ଡ୍ୟୁଟି ବୃଦ୍ଧି କରିଛନ୍ତି। ଏହାଦ୍ୱାରା କେନ୍ଦ୍ର ସରକାରଙ୍କ ରାଜକୋଷକୁ ପ୍ରାୟ ୨ହଜାର କୋଟି ଟଙ୍କା ଲାଭ ହେବ।

ତେବେ ପୁର୍ବ ଅପେକ୍ଷା ପେଟ୍ରୋଲ ଓ ଡିଜେଲ ଦର ୧୫ରୁ ୧୭ ପ୍ରତିଶତ ଦର ହ୍ରାସ ପାଇଛି। କିଛିଦିନ ତଳେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ଯୋଗୁଁ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୨ ରୁ ୩ଟଙ୍କା ଲେଖାଏଁ ହ୍ରାସ ପାଇଥିଲା।

ପେଟ୍ରୋଲ ଓ ଡିଜେଲ ଉପରେ ଏକ୍ସାସାଇଜ ଡ୍ୟୁଟି ଲାଗୁ ହେବା ପରେ ମଧ୍ୟ ଶନିବାର ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଦର ପିଛା ୧୭ ପଇସା କମି ୬୮.୮୩ ଟଙ୍କାରେ ପହଞ୍ଚିଛି। ସେହିଭଳି ଡିଜେଲ ଲିଟର ପିଛା ୧୭ ପଇସା କମି  ୬୭ ଟଙ୍କାରେ ପହଞ୍ଚିଛି।

କୋରୋନା ଭାଇରସର ପ୍ରଭାବ ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ଲଗାତାର ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି।

LEAVE A REPLY

Please enter your comment!
Please enter your name here