ଓଡ଼ିଶାଲାଇଭ୍ ବ୍ୟୁରୋ

ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଧଉଳି ଶାନ୍ତିସ୍ତୁପ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହିବ। କରୋନା ଭାଇରସକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି।

ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ ରାଉତ ଏନେଇ ସୂଚନା ଦେଇଛନ୍ତି। ଏଥସହିତ ଲିଙ୍ଗରାଜ ମନ୍ଦିରରେ ମଧ୍ୟ ଏଥିପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।ଏହାପୂର୍ବରୁ କରୋନା କାରଣରୁ ପର୍ଯ୍ୟଟନକଙ୍କ ପାଇଁ କୋଣାର୍କ, ଚନ୍ଦ୍ରଭାଗା ଓ ଚିଲିକା ବୁଲିବା ବାରଣ କରାଯାଇଥିଲା। ଏହିସବୁ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ପର୍ଯ୍ୟଟକମାନେ ବୁଲିବା ଦ୍ୱାରା କରୋନା ଭାଇରସ ବ୍ୟାପିବାର ଆଶଙ୍କା ରହିଛି। ତେଣୁ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

Comment