ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ସ୍ଵାସ୍ଥ୍ୟମନ୍ତ୍ରାଳୟ ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ୫୮ ହଜାର ୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ହୋଇଥିବା ୧୫ ଜହାର ୩ ଶହ ୮୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୨୪ ଘଣ୍ଟାରେ କରୋନରେ ମୋଟ ୫୩୪ ଜଣଙ୍କର ମୃତ୍ୟୁ ହୋଇଛି।

ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ରହିଛି। ଏଠାରେ ୧୮ ହଜାର ୪୬୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ତଳକୁ ରହିଛି ପଶ୍ଚିମବଙ୍ଗ। ଏଠାରେ ୯ ହଜାର ୭୩ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଦିଲ୍ଲୀରେ ୫ ହଜାର ୪୮୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

କେରଳରେ ୩ ହଜାର ୬ ଶହ ୪୦ ଏବଂ ତାମିଲନାଡୁରେ ୨ ହଜାର ୭ ଶହ ୩୧ଟି ନୂଆ ମାମଲା ରହିଛି। ମୋଟ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୫୮ ହଜାର ୯୭ରେ ପହଞ୍ଚିଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟାର ୭୭.୮ ପ୍ରତିଶତ ଏହି ୫ ରାଜ୍ୟର ରହିଛି। ମହାରାଷ୍ଟ୍ରର ମାମଲା ସର୍ବାଧିକ ୩୧.୭୮ ପ୍ରତିଶତ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୫୩୪ ଜଣଙ୍କର ମୃତ୍ୟୁ ହୋଇଛି। ଏମାନଙ୍କ ମଧ୍ୟରେ କେରଳର ସର୍ବାଧିକ ୪୫୩ ଜଣ ରହିଛନ୍ତି।

ବର୍ତ୍ତମାନ ସୁଦ୍ଧା ମୋଟ ୩୫ ଲକ୍ଷ ୧୮ ହଜାର ୩୫୮ କରୋନା ମାମଲା ରହିଛି। ଏଥିମଧ୍ୟରୁ ୨ ଲକ୍ଷ ୧୪ ହଜାର ୪ଟି ସକ୍ରିୟ ମାମଲା ରହିଛି ଓ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୨ ହଜାର ୫୫୧ରେ ପହଞ୍ଚିଛି।

Comment