ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍ପେନ ପ୍ରଧାନମନ୍ତ୍ରୀ ପେଡ୍ରୋ ସାନଚେଜ୍‌ଙ୍କ ପତ୍ନୀ ବେଗୋନା ଗୋମେଜ୍‌ କୋରୋନା ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଛନ୍ତି। ତାଙ୍କୁ ବର୍ତ୍ତମାନ ହସ୍ପିଟାଲରେ ଭର୍ତ୍ତି କରାଯାଇ ସ୍ଵତନ୍ତ୍ର ଚିକିତ୍ସା କରାଯାଉଛି। ଏହାସହ ସ୍ପେନ ସରକାରରେ ୨ ମନ୍ତ୍ରୀ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି। ଏନେଇ ସ୍ପେନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

କରୋନାକୁ ନେଇ ସ୍ପେନ ସରକାର କଡ଼ା ପଦକ୍ଷେପ ମଧ୍ୟ ଗ୍ରହଣ କରିଛନ୍ତି। ଏନେଇ ଲୋକମାନଙ୍କୁ ଘରୁ ବାହାରିବାକୁ କଟକଣା କରାଯାଇଛି। କେବଳ ଖାଦ୍ୟ ଓ ମେଡିସିନ୍‌ ପାଇଁ ବାହାରକୁ ଯିବାକୁ ଅନୁମତି ଦିଆଯାଇଛି। ଏହାସହ ସ୍ପେନରେ ସବୁ ସ୍କୁଲ, କଲେଜ ଓ ଅନୁଷ୍ଠାନ ୧୫ ଦିନ ପାଇଁ ବନ୍ଦ କରି ଦିଆଯାଇଛି।

ବର୍ତ୍ତମାନ ସୁଦ୍ଧା ସ୍ପେନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ୨୫୦ ଓ କରୋନା ମୃତ୍ୟୁ ସଂଖ୍ୟା ୧୯୩ ବୋଲି ଜଣାପଡ଼ିଛି। ଏହାର ପ୍ରଭାବ ବର୍ତ୍ତମାନ ୧୦୦ରୁ ଅଧିକ ଦେଶରେ ପଡ଼ି ସାରିଛି।

Comment