ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ତରଫରୁ କଟକଣା। ଏଣିକି ଶ୍ରୀମନ୍ଦିର ଭିତରେ ସେବାୟତ ପିନ୍ଧିବେ ମାସ୍କ। ଏହାସହ ଦେଶ ବିଦେଶରୁରୁ ଆସୁଥିବା ଭକ୍ତଙ୍କ ଉପରେ ମଧ୍ୟରେ ନଜର ରଖାଯିବ। ରବିବାର ଛତିଶା ନିଯୋଗ ବୈଠକରେ ଏଭଳି ବଡ଼ ନିଷ୍ପତ୍ତି ହୋଇଛି।

ଏହାସହ ଆନନ୍ଦ ବଜାରରେ ବସିବା ଓ ଭୋଜନ ବ୍ୟବସ୍ଥା ଉପରେ ନିୟନ୍ତ୍ରଣ କରାଯାଇଛି। ଅରୁଣ ସ୍ତମ୍ଭ, ଜଗମୋହନ ଭିତରେ ଜନସମାଗମକୁ ମଧ୍ୟ କଟକଣା ଜାରି କରାଯାଇଛି। ଏପ୍ରିଲ ୧୫ ଯାଏଁ ଭିତରା କାଠ ଦର୍ଶନ ମଧ୍ୟ ବନ୍ଦ କରାଯାଇଛି। ସେହିପରି ଭକ୍ତମାନେ ଅରୁଣସ୍ତମ୍ଭ ଓ ଗରୁଡ଼ ସ୍ତମ୍ଭକୁ ଛୁଇଁପାରିବେନି। ସେବାୟତମାନେ ଭକ୍ତମାନଙ୍କ ଆଖିରେ କର୍ପୂର ଲଗାଇପାରିବେନି।

ଅନ୍ୟପକ୍ଷରେ ଭକ୍ତମାନଙ୍କ ପୂର୍ବ ଗସ୍ତାବଳୀର ଅନୁଧ୍ୟାନ କରାଯିବ। ଭକ୍ତମାନେ ଦେବାଦବୀ ଓ ପଦାର୍ଥକୁ ଛଇଁବା ଉପରେ କଟକଣା ଲଗାଯାଇଛି।

କୋରୋନା ଯୋଗୁଁ ଶ୍ରୀମନ୍ଦିର ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ରାଜ୍ୟସରକାର ସମସ୍ତ ସ୍କୁଲ, କଲେଜକୁ ମାର୍ଚ୍ଚ ୩୧ ଯାଏଁ ବନ୍ଦ କରି ଦେଇଛନ୍ତି। ଏହାସହ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଉପରେ ମଧ୍ୟ କଟକଣା ଜାରି କରିଛନ୍ତି।

ବର୍ତ୍ତମାନ ସୁଦ୍ଧା ଭାରତରେ ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ଏହାସହ ୨ଜଣଙ୍କ ମୃତ୍ୟୁ ମଧ୍ୟ  ହୋଇସାରିଛନ୍ତି। ଏନେଇ ଭାରତ ସରକାର ମଧ୍ୟ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି।

Comment