ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନା ଭାଇରସର ମୁକାବିଲା କରିବାକୁ ଆଇଟି ସଂସ୍ଥା ପାଇଁ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର। ଆଇଟି ସଂସ୍ଥାରେ ବିଦେଶ ଫେରନ୍ତା କର୍ମଚାରୀମାନଙ୍କୁ ରାଜ୍ୟ ସରକାରଙ୍କ ଅନଲାଇନ୍ ପୋର୍ଟାଲ www.covid19.odisha.gov.in ରେ ପଞ୍ଜୀକରଣ କରିବାକୁ ବାଧ୍ୟତାମୂଳକ କରାଯାଇଛି।

କରୋନାକୁ ନେଇ ରାଜ୍ୟରେ ସମସ୍ତ  ଆଇଟି କମ୍ପାନିକୁ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସଂସ୍ଥାରେ କାର୍ଯ୍ୟରତ ବିଦେଶ ଫେରନ୍ତାଙ୍କ ଉପରେ ନଜର ରଖିବେ କମ୍ପାନି କର୍ତ୍ତୃପକ୍ଷ। ଆଇଟି ସଂସ୍ଥା କାର୍ଯ୍ୟାଳୟ ସଫାସୁତୁରା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ କର୍ମଚାରୀଙ୍କୁ ମାସ୍କ ଓ ସାନିଟାଇଜର ବ୍ୟବହାର କରିବାକୁ ପରାମର୍ଶ ଦେବେ କମ୍ପାନି କର୍ତ୍ତୃପକ୍ଷ। ଏନେଇ ସମସ୍ତ ଆଇଟି ସଂସ୍ଥା ଏବଂ ବିଭାଗୀୟ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର।

କରୋନାକୁ ନେଇ ରାଜ୍ୟ ସରକାର ବିଭିନ୍ନ କଟକଣା ଜାରି କରିଛନ୍ତି। ଲୋକଙ୍କୁ ସଚେତନ କରିବାକୁ ଗାଇଡଲାଇନ ଜାରି କରାଯାଇଛି। ସମସ୍ତ ସ୍କୁଲ୍, କଲେଜ, ପାର୍କ, ଜିମ ଆଦିକୁ ମାର୍ଚ୍ଚ ୩୧ତାରିଖ ଯାଏଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ଅବହେଳା କାର୍ଯ୍ୟାନୁଷ୍ଠାନ ହେବା ନେଇ ଚେତବନୀ ଦେଇଛନ୍ତି ରାଜ୍ୟ ସରକାର।

Comment