ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନାକୁ ନେଇ ଗୁଜବ ପ୍ରଚାର କରି ଗିରଫ ହେଲେ ଯୁବକ। ଗିରଫ ଯୁବକ ଜଣକ ଅନୁଗୁଳ ଜିଲ୍ଲା କୋଲିଆରି ଥାନା ବଲଣ୍ଡା ଅଞ୍ଚଳର ବୋଲି ସୂଚନା ଦେଇଛି ପୋଲିସ।

ଯୁବକ ଜଣକ କରୋନାକୁ ନେଇ ଫେସବୁକରେ ମିଥ୍ୟା ତଥ୍ୟ ଭାଇରାଲ କରିଥିଲେ। ବଅଁରପାଳ ଅଞ୍ଚଳ ଜଣେ ଯୁବକ କରୋନା ଆକ୍ରାନ୍ତ ହୋଇଥିଲେ। ନୂଆଦିଲ୍ଲୀରେ ଯୁବକଙ୍କ ମୃତ୍ୟୁ ହୋଇଛି ବୋଲି ଭାଇରାଲ କରିଥିଲେ ଯୁବକ।

ଏନେଇ ପୋଲିସ ତଦନ୍ତ କରିବା ପରେ ଘଟଣାରେ କୌଣସି ସତ୍ୟତା ନଥିବା ଜାଣିବାକୁ ପାଇଥିଲା। ବୁଧବାର ସକାଳୁ ଯୁବକଙ୍କୁ ଗିରଫ କରିଛି ପୋଲିସ। ଯୁବକ ଜଣକ ଗିରଫ ହୋଇଥିବା ନେଇ ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ସୂଚନା ଦେଇଛନ୍ତି।

କରୋନାକୁ ଗୁଜବ ପ୍ରଚାର କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚେତାବନୀ ଦେଇଥିଲେ। ଏହାସହ କରୋନା ଆକ୍ରାନ୍ତଙ୍କ ପରିଚୟ ଓ ତାଙ୍କ ପରିବାରଙ୍କ ପରିଚୟ ପ୍ରଘଟ କରିବାକୁ ବାରଣ କରାଯାଇଛି। ଏହି ନିର୍ଦ୍ଦେଶ ନମାନିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଓଡ଼ିଶାରେ ଜଣେ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯୁବକ ଜଣକ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲର ଆଇସୋଲେସନ ୱାର୍ଡରେ ରହି ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ଯୁବକଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ବୋଲି ସୂଚନା ଦେଇଥିଲେ ରାଜ୍ୟ ସରକାରଙ୍କ କରୋନା ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚି।

Comment